Latest Odisha News

BREAKING NEWS

କରୋନା ଆତଙ୍କ: ଜାହାଜରେ ଫସି ରହିଲେ ୩୭୦୦ ଯାତ୍ରୀ

ୟୋକୋହାମା : ଜାପାନରେ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଏକ ଜାହାଜରେ ଥିବା ୩ହଜାର ୭୧୧ ଯାତ୍ରୀଙ୍କୁ ଅଲଗ।। ରଖିବାର ବ୍ୟବସ୍ଥା କରାଯାଇଛି ।

ସୂଚନା ମୁତାବକ, ୟୋକୋହାମାରେ ସୋମବାର ଦିନ ପହଂଚିଥିବା ଏକ ଜାହାଜରେ ୮ଜଣଙ୍କ ଠାରେ ଜ୍ୱରର ଲକ୍ଷଣ ଦେଖାଯାଇଥିଲା । ଏହାପରେ ୟୋକୋହାମା କୂଳରେ ଥିବା ‘ଡାଏମଣ୍ଡ ପ୍ରିଂସେସ୍‌’ ଜାହାଜର ସମସ୍ତ ୨,୬୬୬ ଯାତ୍ରୀ ଓ ଚାଳକ ଦଳର ୧୦୪୫ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଯାଂଚ ପାଇଁ ଡାକ୍ତର ଆସିଥିଲେ । ଜାପାନର ଜଣେ ୮୦ ବର୍ଷୀୟ ବୃଦ୍ଧ କରୋନା ଭାଇରସ ପୀଡିତ ଥିବା ଜଣାପଡିବା ପରେ ଏହି ପଦକ୍ଷେପ ନିଆଯାଇଥିଲା । ସେ ୨୫ ଜାନୁଆରୀରେ ହଙ୍ଗକଙ୍ଗ ପହଂଚିଥିଲେ ।

ଚୀନରେ ଏହି ଭାଇରସ ଦ୍ୱାରା ୪୨୫ ଲୋକଙ୍କ ମୃତ୍ୟୁ ହୋଇଛି ଓ ୨୦,୪୩୮ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ।

Leave A Reply

Your email address will not be published.