ବାଗଦାଦ: ଇରାକରେ ପୁନର୍ବାର ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି । ମହମ୍ମଦ ଅଲ ସୁଦାନୀଙ୍କୁ ଗଠବନ୍ଧନ ସରକାର ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବା ନେଇ ଏହି ଅଶାନ୍ତି ସୃଷ୍ଟି ହୋଇଛି । ସୁଦାନୀ ଇରାନ ସମର୍ଥକ ହୋଇଥିବାରୁ ସ୍ଥାନୀୟ ଲୋକେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ବୁଧବାର ରାତିରେ ପରିସ୍ଥିତି ଏପରି ହୋଇଥିଲା ଯେ, ବିକ୍ଷୋଭକାରୀମାନେ ସଂସଦ ମଧ୍ୟକୁ ପାଚେରୀ ଡେଇଁ ପ୍ରବେଶ କରିଥିଲେ । ଏପରି କି ସେମାନେ ସେନ୍ସଟିଭ ଗ୍ରୀନ ଜୋନ ଅତିକ୍ରମ କରିଥିଲେ । ଶିୟା ସମ୍ପ୍ରଦାୟର ମୌଲବୀ ମୁକ୍ତାଦା ସଦ୍ର ଏହି ବିକ୍ଷୋଭର ନେତୃତ୍ୱ ନେଉଛନ୍ତି । ଏବେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଉଥିବା ମୁସ୍ତାଫା ଅଲ କାଦିମ ବିକ୍ଷୋଭକାରୀଙ୍କୁ ଗ୍ରୀନ ଜୋନ ବାହାରକୁ ଯିବା ପାଇଁ ଅନୁରୋଧ କରିଛନ୍ତି । ପରୋକ୍ଷରେ ଏହା ଦେଶ ପାଇଁ ବିପଦ ସୃଷ୍ଟି କରିବ ବୋଲି ସେ କହିଛନ୍ତି । ଦେଶର ଅନେକ ଗୁପ୍ତ ତଥ୍ୟ ଏହି ଜୋନରେ ରହିଛି । ଆପଣମାନେ ସେ ସ୍ଥାନ ନ ଛାଡିଲେ ପୋଲିସ ଓ ଆର୍ମି ବାଧ୍ୟ ହୋଇ ଗୁଳି ଚାଳନା କରିବେ ବୋଲି କାଦିମ କହିଛନ୍ତି ।
BREAKING NEWS
- ବୋମା ଖାଇ ହାତୀ ଗୁରୁତର, ଅନୁଗୁଳରୁ ଉଦ୍ଧାର…
- The Millet Diary: ଓଡ଼ିଆ ଫିଲ୍ମ ‘ଦ ମିଲେଟ ଡାଏରୀ’ର ଟିଜର ରିଲିଜ, ଏହି ଦିନ ହେବ ରିଲିଜ..
- ରାଜ୍ୟ ସରକାରଙ୍କ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ୨୦୨୫-୨୬, ଜାଣନ୍ତୁ କେମିତି କରିବେ ଆବେଦନ…
- IAF Help: ନନ୍ଦା ଦେବୀ ଜାତୀୟ ଉଦ୍ୟାନରେ ଅଗ୍ନିକାଣ୍ଡ;ନିଆଁ ଲିଭାଇବ ଭାରତୀୟ ବାୟୁସେନା
- BBSR Airport: ୨୦୨୫ରେ ଭୁବନେଶ୍ବର ବିମାନବନ୍ଦରରୁ ସର୍ବାଧିକ ଯାତ୍ରୀ ଯାତାୟାତ କରିଛନ୍ତି
- ସୁପ୍ରିମକୋର୍ଟରେ ପଶ୍ଚିମବଙ୍ଗ ଡିଜିପିଙ୍କ ନିଲମ୍ବନ ଦାବି କଲା ଇଡି
- Shilpa Shetty: ଜଗନ୍ନାଥଙ୍କୁ ଦର୍ଶନ କଲେ ଶିଳ୍ପା, ଆଉ କହିଲେ..
- Khamenei Trying Escape Dubai: ପରିବାର ସହ ଦୁବାଇ ପଳେଇବା ପାଇଁ ପ୍ଲାନ୍ କଲେଣି ଖାମେନେଇ?, ଇରାନରୁ ସ୍ଥାନାନ୍ତରିତ ହେଲା ୧୩୫୩ କୋଟି ଟଙ୍କା…
- ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ; ଆନନ୍ଦ ବଜାରରେ ମୋବାଇଲ ଧରି ଗପିଲେ ବ୍ୟକ୍ତି
- Nisha Maharana: ଗିରଫ ହେବେ ନିଶା ମହାରଣା, ଖୋଜୁଛି ପୋଲିସ
Comments are closed.