Latest Odisha News

BREAKING NEWS

ଭୁୁବନେଶ୍ୱର ଫେରିବେ ବାହାରିନ୍‌ରେ ଫସିଥିବା ଓଡ଼ିଆ

ଭୁବନେଶ୍ୱର: ଖୁବ୍‌ଶୀଘ୍ର ଓଡ଼ିଶା ଫେରିବେ ବାହାରିନ୍‌ରେ ଫସିଥିବା ଓଡ଼ିଆ । ୬୮ ଜଣ ଓଡ଼ିଆଙ୍କୁ ନେଇ ଏୟାର ଇଣ୍ଡିଆ ବିମାନ ଭୁବନେଶ୍ୱରରେ ପହଞ୍ଚିବ। ଆଜି ରାତି ୧୦ଟା ବେଳେ ଏୟାର ଇଣ୍ଡିଆ ବିମାନ ଇଓ୦୯୪୦ ପହଞ୍ଚିବ। ଏମାନଙ୍କ ମଧ୍ୟରେ ଅନେକ ଯାତ୍ରୀ ଶ୍ରମିକ ହୋଇଥିବା ବେଳେ ଲକଡାଉନ୍ କଟକଣା ଯୋଗୁଁ ବାହାରିନ୍‌ରେ ଫସି ରହିଥିଲେ ।

ବାହାରିନ୍‌ରୁ ବାହାରିବା ପରେ ଏହା ଦିଲ୍ଲୀ ଦେଇ ଭୁବନେଶ୍ୱରରେ ପହଞ୍ଚିବ। ଏନେଇ ଭୁବନେଶ୍ୱର ବିମାନ ବନ୍ଦରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବାହାରିନ୍ ଓଡ଼ିଆ ସମାଜ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏମାନଙ୍କୁ ସୁରକ୍ଷିତ ଭାବେ ଓଡ଼ିଶା ଫେରାଇ ଆଣିବା ନେଇ ବନ୍ଦୋବସ୍ତ କରାଯାଇଛି। ବନ୍ଦେ ଭାରତ ମିଶନ୍ ଜରିଆରେ ବାହାରିନ୍‌ରୁ ଦ୍ୱିତୀୟ ପର‌୍ୟ୍ୟାୟରେ ଓଡ଼ିଶାର ଲୋକଙ୍କୁ ଫେରାଇ ଅଣାଯାଉଛି।

Comments are closed.