Latest Odisha News

BREAKING NEWS

ବାହୁଡ଼ା ଯାତ୍ରା: ଗଡ଼ିଲା ଶ୍ରୀବଳଭଦ୍ରଙ୍କର ତାଳଧ୍ୱଜ ରଥ

ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ସହ ଶ୍ରୀବଳଭଦ୍ର ଦେବଙ୍କ ତାଳଧ୍ୱଜ ରଥ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରାରମ୍ଭ କରିଛି । ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁ ଶ୍ରୀବଳଭଦ୍ର ଦେବଙ୍କ ତାଳଧ୍ୱଜ ରଥକୁ ଜୟ ଜୟକାର ଧ୍ୱନୀ ସହିତ ଟାଣି ଆଗକୁ ଆଗକୁ ନେଇଛନ୍ତି ।

ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ପରିଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯିବ ।

ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ ଧାର୍ଯ୍ୟ ହୋଇଥିବା ସମୟ ନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ପହଣ୍ଡି ବିଜେ କରିଥିଲେ ଚତୁର୍ଦ୍ଧା ମୂରତି । ପହଣ୍ଡି ବିଜେ ପରେ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ତିନିରଥରେ ପାରମ୍ପରିକ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ ।

Leave A Reply

Your email address will not be published.