Latest Odisha News

BREAKING NEWS

କେନ୍ଦୁଝର: ହାତୀ ଆକ୍ରମଣରେ ଜଣେ ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଦୁଧିଆନାଳି ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଏକ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତକ ଜଣକ ଭରତ ନାୟକ (୫୦) ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଭରତ ଏକ ବିବାହ ଉତ୍ସବ ସାରି ଘରକୁ ଫେରୁଥିବାବେଳେ ଦୁର୍ଭାଗ୍ୟବଶତଃ ସେ ଅଚାନକ ହାତୀ ଆକ୍ରମଣର ଶିକାର ହୋଇଥିଲେ । ହାତୀ ଆକ୍ରମଣରେ ସେ ଗୁରୁତର ଭାବେ ଆହତ ହୋଇଥିଲେ ।

ଏନେଇ ଗ୍ରାମବାସୀମାନେ ପୋଲିସ ଓ ବନବିଭାଗ ଅଧିକାରୀଙ୍କୁ ସୂଚନା ଦେଇଥିଲାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା ।

ତେବେ ଏନେଇ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.