Latest Odisha News

BREAKING NEWS

ସୋନାକ୍ଷୀଙ୍କ ଘରେ ପୋଲିସ, ଜାଣନ୍ତୁ କାହିଁକି !

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ ହୋଇଥିବା ଠକେଇ ମାମଲାରେ ତଦନ୍ତ ଲାଗି ଉତ୍ତରପ୍ରଦେଶ ପୋଲିସ ଗୁରୁବାର ଦିନ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ପହଞ୍ଚିଥିଲା ।

ସୋନାକ୍ଷୀଙ୍କ ସମେତ ୪ ଜଣଙ୍କ ବିରୋଧରେ ଏହି ମାମଲା ଫେବୃଆରୀ ମାସରେ ରୁଜୁ ହୋଇଥିବା ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ଏକ ଷ୍ଟେଜ ପରଫର୍ମାନ୍ସ କରିବା ଲାଗି ପାଖାପାଖି ୨୪ ଲକ୍ଷ ନେଇଥିବାବେଳେ ପରେ ଉକ୍ତ ଇଭେଣ୍ଟରେ ସୋନାକ୍ଷୀ ଯୋଗ ଦେଇନଥିଲେ । ୨୦୧୮ ମସିହା ସେପ୍ଟେମ୍ବର ମାସରେ ଏହି ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା ।

ତେବେ ତାଙ୍କ ବିରୋଧରେ ଠକେଇ ଓ ବିଶ୍ୱାସ ଭଙ୍ଗ କରିବା ଆଧାରରେ ଏହି ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.