ଭୁବନେଶ୍ୱର: ବିଭିନ୍ନ ସମୟରେ ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯେଉଁ ଭିଡିଓ ଜାରି କରୁଛି ତାକୁ ଡିପଫେକ ଭିଡିଓ ବୋଲି ସନ୍ଦେହ ପ୍ରକାଶ କରୁଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ସଂପୃକ୍ତ ଭିଡିଓର ସତ୍ୟତା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି।
ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତ ୫ ବର୍ଷ ମଧ୍ୟରେ କୌଣସି ବଡ଼ କାମ କରିନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିବାକୁ ଏକ ଭିଡିଓ ଜାରି ହୋଇଛି। ଯାହାକି ଏଆଇ ଦ୍ବାରା ପ୍ରସ୍ତୁତ ଡିପ ଫେକ୍ ଭିଡିଓ ବୋଲି ବୈଜୟନ୍ତ ଅନୁମାନ କରିଛନ୍ତି।
ଏକ୍ସରେ ଏକ ପୋଷ୍ଟରେ ପୂର୍ବତନ ସାଂସଦ ସନ୍ଦେହ ପ୍ରକଟ କରିଛନ୍ତି ଯେ ଭିଡିଓଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରି ପ୍ରସ୍ତୁତ କରାଯାଇଥାଇପାରେ। ମିଥ୍ୟା ଅଭିଯୋଗ ଆଣିବା ପାଇଁ ଏଆଇକୁ ବ୍ୟବହାର କରାଯାଇ ଥାଇପାରେ। ଏହି ବିଜେପି ନେତା ଆହୁରି ମଧ୍ୟ କହିଛନ୍ତି ଯେ, ନୀବନଙ୍କ ଭର୍ଚୁଆଲ୍ ଅବତାର କ’ଣ କହୁଛି ସେ ବିଷୟରେ ପ୍ରକୃତରେ ମୁଖ୍ୟମନ୍ତ୍ରୀ ମଧ୍ୟ ଅବଗତ ଅଛନ୍ତି କି ସନ୍ଦେହ ରହିଛି।
ବୈଜୟନ୍ତ କହିଛନ୍ତି, “ବହୁ ଦିନ ହେଲାଣି, ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ସଭାରେ ଭିଡ଼ ନାହିଁ! ତେଣୁ ତାମିଲ କୋଟେରୀ ପୁଣି ଥରେ ଏଆଇ ଚାଳିତ, କମ୍ପ୍ୟୁଟର ଦ୍ୱାରା ନିର୍ମିତ ଡିପଫେକ୍ ଭିଡିଓ ତିଆରି କରୁଥାଇପାରନ୍ତି। ଏହାକୁ ନେଇ ବିଜେଡିର କୌଣସି ପ୍ରତିକ୍ରିୟା ହସ୍ତକ୍ଷେପ ହୋଇପାରି ନାହିଁ।
Comments are closed.