Latest Odisha News

BREAKING NEWS

ବୁର୍ଲା ଭୀମସାରରେ ଅଗ୍ନିକାଣ୍ଡ; କାରଣ ଅସ୍ପଷ୍ଟ

ସମ୍ବଲପୁର: ବୁର୍ଲା ଭୀମସାରରେ ଅଗ୍ନିକାଣ୍ଡ । ଭୀମସାରର ଫାର୍ମାକୋଲୋଜି ବିଭାଗର ଏମଆରୟୁରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ବୁର୍ଲା ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ତେବେ ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ନିଆଁକୁ ଆୟତ କରିବା ପାଇଁ ଅଗ୍ନିଶମ ବାହିନୀ ପ୍ରୟାସ ଜାରି ରଖିଛି।

ସୂଚନା ଅନୁସାରେ, ଭୀମସାରର ଫାର୍ମାକୋଲୋଜି ବିଭାଗର ଏମଆରୟୁରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଦେଖି ସଙ୍ଗେ ସଙ୍ଗେ ମେଡିକାଲ ଟିମ୍ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ଘଟଣାରେ କେହି ଆହତ ହୋଇନଥିଲେ ମଧ୍ୟ କୋଟି କୋଟି ଟଙ୍କାର ମୂଲ୍ୟବାନ ଚିକିତ୍ସା ଉପକରଣ ଏବଂ ଡକ୍ୟୁମେଣ୍ଟ ନଷ୍ଟ ହୋଇଥିବା ଜଣାପଡିଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.