Latest Odisha News

BREAKING NEWS

‘ରତ୍ନ ଭଣ୍ଡାର ଚାବି କେବେ ଫେରାଇବେ, ନା ଗୋଡାଇ ଗୋଡାଇ ତାମିଲନାଡୁରୁ ଆଣିବୁ?’

କେନ୍ଦ୍ରାପଡ଼ା: ଆଜି କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଟାକ୍ଷର କଡା ଜବାବ ଦେଇଛନ୍ତି ବୈଜୟନ୍ତ ପଣ୍ଡା । ପାଟକୁରା ସଭାରେ ସମ୍ବୋଧିତ କଲାବେଳେ କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ, ଆଜି ମୋ ନାଁ ନନେଇ ମୁଖ୍ୟମନ୍ତ୍ରୀ ଯାହା ସବୁ କହିଲେ ତାହା ତାଙ୍କର କଥା ନୁହଁ ଏହା ହେଉଛି ସେହି ତାମିଲ ବାବୁଙ୍କ କଥା । ସେ ଯାହା କହିବେ କହିବାକୁ ମୁଖ୍ୟମନ୍ତ୍ରୀ ସେଇଆ କହିବେ ।

କେନ୍ଦ୍ରାପଡାରେ ପ୍ରଚାର ବେଳେ ବିଜେଡ଼ି ସୁପ୍ରିମୋ ମୋ ପରିବାରର ବ୍ୟବସାୟ କଥା ଉଠାଇଥିଲେ ତାହା ଏବେକାର ବ୍ୟବସାୟ ନୁହଁ ଏହା ବିଜୁ ବାବୁଙ୍କ ଅମଳରୁ ଆମ ପରିବାର ଏହି ବ୍ୟବସାୟ କରିଆସୁଛି । ଆଜି ପର୍ଯ୍ୟନ୍ତ ଆମ ପରିବାର ବ୍ୟବସାୟକୁ ନେଇ ଏପରି ପ୍ରଶ୍ନ କେହି କରିନଥିଲେ କହି ନବୀନଙ୍କ ଉପରେ ବର୍ଷିଛନ୍ତି ବୈଜୟନ୍ତ ।

ବୈଜୟନ୍ତ ଆହୁରି କହିଛନ୍ତି ସମ୍ପତ୍ତି ହାସଲ ପାଇଁ ମୁଁ ରାଜନୀତିକୁ ଆସିନାହିଁ, ଲୋକଙ୍କ ସେବା କରିବାକୁ ଆସିଛି । ଲୋକଙ୍କ ସୁଖ ଦୁଃଖର ସାଥୀ ହେବାକୁ ମୁଁ ଆସିଛି ।

ସେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି କଥା ଉଠାଇ ଆହୁରି କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି କିପରି ହଜିଲା ନା ତାକୁ ଲୁଚାଇ ରଖାଯାଇଛି । ଚାବି କେବେ ଫେରାଇବେ ପଚାରନ୍ତୁ ବୋଲି ସେ ଉପସ୍ଥିତ ଜନତାଙ୍କୁ କହିଛନ୍ତି । ସେ ଆହୁରି କହିଛନ୍ତି ଚାବି ଦେବେ ନା ଜୁନ୍ ୧୦ ତାରିଖ ପରେ ଗୋଡ଼ାଇ ଗୋଡ଼ାଇ ତାମିଲନାଡୁରୁ ଆଣିବୁ ବୋଲି ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି ବୈଜୟନ୍ତ କହିଛନ୍ତି ।

ଆଜି କେନ୍ଦ୍ରାପଡାରେ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ନାଁ ନେଇ ଟାର୍ଗେଟ କରିଥିଲେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଥିଲେ ୧୦ ବର୍ଷ ସାଂସଦ କରି ପଠାଇଥିଲି, ହେଲେ ଅଞ୍ଚଳ ପାଇଁ କି ଲୋକଙ୍କର କୌଣସି ଉନ୍ନତି କଲେ ନାହିଁ । ବରଂ ନିଜ କମ୍ପାନୀ ପାଇଁ କାମ କଲେ । କେନ୍ଦ୍ରାପଡାବାସୀଙ୍କ ସହ ବିଶ୍ୱାସଘାତକତା କରିଥିବା କହି ବୈଜୟନ୍ତଙ୍କୁ ଟାର୍ଗେଟ କରିଥିଲେ ନବୀନ ।

Comments are closed.