ଭୁବନେଶ୍ବର: ଅଯୋଧ୍ୟାରେ ନିର୍ମିତ ହେଉଥିବା ଭବ୍ୟ ରାମ ମନ୍ଦିର ପାଇଁ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଆର୍ଥିକ ସହାୟତା ଦେଇ ଯୋଗଦାନ କରିଛନ୍ତି। ଏଥିସହ ସେ ସମସ୍ତଙ୍କୁ ଏହି ପବିତ୍ର ଧାର୍ମିକ କାର୍ଯ୍ୟ ପାଇଁ ଯୋଗଦାନ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ” ଅଯୋଧ୍ୟାରେ ଭଗବାନ ରାମ ଲଲ୍ଲାଙ୍କ ମନ୍ଦିର ପାଇଁ ଏକ ଛୋଟ ଯୋଗଦାନ କରିଛି। ଆପଣମାନେ ମଧ୍ୟ ଏହି ଧାର୍ମିକ ତଥା ଐତିହାସିକ କାରଣ ପାଇଁ ଆଗକୁ ଆସି ଯୋଗଦାନ କରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି”।
ସେ ଆହୁରି ମଧ୍ୟ କହିଛନ୍ତି ଯେ ” ଭଗବାନ ଶ୍ରୀରାମ ମାନବ ଜାତି ପାଇଁ ଆଦର୍ଶ। ତାଙ୍କର ମନ୍ଦିର ନିର୍ମାଣ ଧାର୍ମିକ କାର୍ଯ୍ୟ ହେବା ସାଙ୍ଗକୁ ଭାରତୀୟ ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ସମୃଦ୍ଧ କରିବ ଓ ଏହାକୁ ସର୍ବଦା ଉଜ୍ଜୀବିତ ରଖିବ। ତେଣୁ ଆପଣମାନେ ମଧ୍ୟ ଏହି ମହାନ କାର୍ଯ୍ୟ ପାଇଁ ଯୋଗଦାନ କରନ୍ତୁ”। ଦୀର୍ଘ ବର୍ଷ ପରେ ୨୦୧୯ରେ ରାମ ମନ୍ଦିର ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆସିଥିଲା।
ସମସ୍ତେ ଏହି ଐତିହାସିକ ସୁଧାରକୁ ଗ୍ରହଣ କରିବା ଲାଗି ପଣ୍ଡା ସେ ସମୟରେ ଅନୁରୋଧ କରିଥିଲେ ଏବଂ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସମସ୍ତ ଭାରତୀୟଙ୍କ ପାଇଁ ସହଯୋଗ, ବନ୍ଧୁତ୍ୱ ଏବଂ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭବିଷ୍ୟତ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ମୋଡ଼ ହେବ ବୋଲି କହିଥିଲେ। ଗତବର୍ଷ ଅଗଷ୍ଟରେ ରାମ ଜନ୍ମଭୂମି ପୂଜନ ସମାରୋହ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ କରି ଏକ ରୂପା ଇଟା ରଖି ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।
Comments are closed.