Latest Odisha News

BREAKING NEWS

ଏଥର ଗଣତନ୍ତ୍ର ଦିବସରେ ଅତିଥି ଭାବେ କୌଣସି ବିଦେଶୀ ରାଷ୍ଟ୍ରମୁଖ୍ୟ ଯୋଗ ଦେବେନି

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଏଥର ଗଣତନ୍ତ୍ର ଦିବସରେ କୌଣସି ବିଦେଶୀ ରାଷ୍ଟ୍ରମୂଖ୍ୟ ଅତିଥି ଭାବେ ଯୋଗ ଦେବେ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଏ ନେଇ ଗଣମାଧ୍ୟମକୁ ଜଣାଇଥିଲେ । ପ୍ରଥମେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନଶନଙ୍କୁ ସମ୍ମାନିତ ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲା । ମାତ୍ର ବ୍ରିଟେନର କରୋନାର ନୂତନ ଷ୍ଟେନ ବ୍ୟାପିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭାରତ ଗସ୍ତରେ ଆସିବା ନେଇ ଅକ୍ଷମତା ପ୍ରକାଶ କରିଥିଲେ ।

BjdElectrycity

ଏହା ପରେ  ସୁରିନାମର ଭାରତୀୟ ବଂଶୋଦ୍ଭବ ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସାଂଟୋଖିଙ୍କୁ ଆମନ୍ତ୍ରଣ କରାଯାଇଥିଲା । ମାତ୍ର ଏବେ ତାଙ୍କ ଗସ୍ତକୁ ମଧ୍ୟ ବାତିଲ କରାଯାଇଛି ।

Leave A Reply

Your email address will not be published.