Latest Odisha News

BREAKING NEWS

ମୃତ୍ୟୁର ୮ ମାସ ପରେ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମିଳିଲା ଏହି ବିଶେଷ ସମ୍ମାନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ଏହି ଦୁନିଆରେ ନାହାଁନ୍ତି ସତ ହେଲେ ତାଙ୍କ ଅଭିନୟ ଏବେ ବି ଦର୍ଶକଙ୍କ ହୃଦୟରେ ତାଜା ହୋଇ ରହିଛି। ତାଙ୍କ ମୃତଦେହ ଗତ ବର୍ଷ ୧୪ ଜୁନ୍‌ରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ଘରେ ମିଳିଥିଲା। ତାଙ୍କର ଆକସ୍ମିକ ମୃତ୍ୟୁ ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ୮ ମାସ ପରେ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି।

ସ୍ୱର୍ଗତ ଅଭିନେତାଙ୍କୁ ଏକ ବିଶେଷ ସମ୍ମାନ ପ୍ରଦାନ କରାଯାଇଛି। ଦାଦାସାହେବ ଫାଲକେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର ୨୦୨୧ ରେ ସୁଶାନ୍ତ ସିଂ ରାଜପୁତଙ୍କୁ ଶ୍ରେଷ୍ଠ କ୍ରିଟିକ୍ସ ଅଭିନେତା ଭାବେ ପୁରସ୍କାର ପ୍ରଦାନ କରାଯାଇଛି।

ଏହି ସୂଚନା ସୋସିଆଲ ମିଡିଆରେ ଦାଦା ସାହେବ ଫାଲକେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଦ୍ୱାରା ପ୍ରଦାନ କରାଯାଇଛି। ଦାଦା ସାହେବ ଫାଲକେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୁଶାନ୍ତ ସିଂ ରାଜପୁତଙ୍କ ଏକ ଫଟୋ ସେୟାର କରାଯାଇଛି। ଏହି ଫଟୋ ସହିତ କରାଯାଇଛି ଯେ ସୁଶାନ୍ତ ସିଂ ରାଜପୁତଙ୍କୁ ଶ୍ରେଷ୍ଠ କ୍ରିଟିକ୍ସ ଅଭିନେତା ଭାବରେ ସମ୍ମାନିତ କରାଯାଇଛି।

Leave A Reply

Your email address will not be published.