Latest Odisha News

ଭଦ୍ରକ: ଉଛୁଳୁଛି ବୈତରଣୀ, ଗାଁରେ ପଶିଲା ବନ୍ୟାଜଳ

ଭଦ୍ରକ : ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ହେବା ସଙ୍ଗେସଙ୍ଗେ ବିପଦ ସଂକେତ ଉପରେ ଜଳସ୍ତର ରହିଛି । ଫଳରେ ଭଦ୍ରକ ଜିଲ୍ଲାର ଧାମନଗର ଓ ଭଣ୍ଡାରୀ ପୋଖରୀ ବ୍ଲକ ସମେତ ଅନ୍ୟାନ୍ୟ ଅଞ୍ଚଳରେ ବନ୍ୟା ପାଣି ମାଡି ଅଞ୍ଚଳ ଗୁଡିକୁ ଏକପ୍ରକାର ଜଳବନ୍ଦୀ କରିଦେଇଛି ।

ସୂଚନା ଅନୁଯାୟୀ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀର ଜଳସ୍ତର ବୃଦ୍ଧି ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଭଳି ପରିସ୍ଥିତି ଦୃଷ୍ଟିରେ ରଖି ତଳିଆ ଅଞ୍ଚଳର ଲୋକମାନେ ଭୟଭୀତ ହୋଇପଡିଛନ୍ତି ।

ଅନ୍ୟପକ୍ଷରେ ଏଥିଯୋଗୁଁ କଣ୍ଟିଘାଇ ଦେଇ ବନ୍ୟାଜଳ ପ୍ରବେଶ କରି ଷୋଳମପୁର, ମାଳଦା, ରହଣିଆ, ନପଙ୍ଗ, କୁରିଙ୍ଗା, ବାଲିପୋଖରୀ ଆଦି ଗ୍ରାମ ପଞ୍ଚାୟତର ଅନେକ ଗାଁ ଜଳବନ୍ଦୀ ହୋଇ ରହିଛି ।

Leave A Reply

Your email address will not be published.