Latest Odisha News

BREAKING NEWS

ନୂଆ ଇଲେକ୍ଟ୍ରିକ୍ ସ୍କୁଟର ସହ ଫେରୁଛି ବଜାଜ, ଆସନ୍ତାକାଲି କରିବ ଲଞ୍ଚ

ନୂଆଦିଲ୍ଲୀ: ଭାରତର ପ୍ରମୁଖ ୨ଚକିଆ ଯାନ ନିର୍ମାଣ କରୁଥିବା କମ୍ପାନୀ ‘ବାଜାଜ ଅଟୋ’ ପୁଣିଥରେ ସ୍କୁଟର ସେଗମେଣ୍ଟରେ ପାଦ ରଖିବାକୁ ଯାଉଛି। ‘ବାଜାଜ ଅଟୋ’ର ଏହାର ପ୍ରଥମ ଇଲେକଟ୍ରିକ୍ ସ୍କୁଟର ବୁଧବାର ବଜାରରେ ଲଞ୍ଚ କରିବ । ଏହାର ନାମ ରଖାଯାଇଛି ‘ଚେତକ ଚିକ୍’ ।

ଆସନ୍ତାକାଲି ଏହାକୁ ନୂଆଦିଲ୍ଲୀଠାରେ ଲଞ୍ଚ କରାଯିବା ନେଇ କମ୍ପାନୀ ପକ୍ଷରୁ ସୂଚନା ମିଳିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, କେନ୍ଦ୍ରୀୟ ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏବଂ ନୀତି ଆୟୋଗର ସିଇଓ ଅମିତାଭ କାନ୍ତଙ୍କ ଉପସ୍ଥିତିରେ ଏହାକୁ ଲଞ୍ଚ କରାଯିବ । ଏହି ସ୍କୁଟରର ମୂଲ୍ୟ ପାଖାପାଖି ୧ ଲକ୍ଷ ଟଙ୍କା ରହିବ ବୋଲି ଶୁଣିବକୁ ମିଳୁଛି ।

Leave A Reply

Your email address will not be published.