Latest Odisha News

BREAKING NEWS

କର୍ଣ୍ଣାଟକରେ କଂଗ୍ରେସ ସରକାର ଗଢିଲେ କିଏ ହେବ ମୁଖ୍ୟମନ୍ତ୍ରୀ ?  ଭାଗବଣ୍ଟା ହେବ କି ଆସନ ?

ବେଙ୍ଗାଲୁର: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ସେଠାରେ ଆଜି ଚାଲିଥିବା ମତଗଣନା ପ୍ରାୟ ସ୍ପଷ୍ଟ ହୋଇଯାଇଛି। ଗଣତି ଆରମ୍ଭରୁ କଂଗ୍ରେସ  ବହୁମତ ଆଡକୁ ଅଗ୍ରସର ହେଉଥିବା ଦେଖିବାକୁ ମିଳିଥିଲା । ଫଳଫଳକୁ ଦେଖି କଂଗ୍ରେସ ଶିବିରରେ ଏକପ୍ରକାର ଖୁସିର ମାହୋଲ ।  ୨୨୪ ବିଧାନସଭା ଆସନରୁ ପାଖାପାଖି ୧୧୮ ଆସନରେ ଆଗରେ ଅଛି କଂଗ୍ରେସ ।

ସ୍ପଷ୍ଟବହୁମତ ଆଡକୁ ମୁହାଁଉଛି କଂଗ୍ରେସ । ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆରମ୍ଭ ହୋଇଗଲାଣି ଅଙ୍କକଷା । ଏସବୁ ଭିତରେ ବଡ ବୟାନ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ପୁଅ ଯତୀନ୍ଦ୍ରନାଥ ସିଦ୍ଧରମୈୟା । ରାଜ୍ୟରେ କଂଗ୍ରେସ ଏକାକୀ ସରକାର ଗଢିବ ଏବଂ ତାଙ୍କ ବାପା ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ହେବା ଉଚିତ ବୋଲି କହିସାରିଲେଣି । ପୁଅ ହିସାବରେ ସେ ବାପାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ଦେଖିବାକୁ ଚାହାନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷେ କଂଗ୍ରେସ ଶିବିରରେ ଚାଲିଛି ଭିନ୍ନ ଅଙ୍କକଷା । କର୍ଣ୍ଣାଟକରେ କଂଗ୍ରେସ ସରକାର ଗଢିବ ଏବଂ ୨ଟି ଟର୍ମରେ ୨ ଜଣ ମୁଖ୍ୟମନ୍ତ୍ରୀ ହେବେ ବୋଲି ହିସାବ ଚାଲିଛି ।

କୁହାଯାଉଛି, ସିଦ୍ଧରମୈୟା ପ୍ରଥମ ଟର୍ମର ଅଢେଇବର୍ଷ ମୁଖ୍ୟମନ୍ତ୍ରୀ ଆସନରେ ରହିବେ । ପରବର୍ତ୍ତୀ ଅଢେଇ ବର୍ଷ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବେ ।

ତେବେ କଂଗ୍ରେସ ୨୦୧୮ ନର୍ବାଚନ ଅନୁଭୂତିକୁ ଭୁଲିନି । ତେଣୁ କଂଗ୍ରେସକୁ ଏବେ ଘାରିଛି ଘୋଡା ବେପାର ଭୟ । କାଳେ ନିର୍ବାଚନ ଜିତିବା ପରେ ବିଧାୟକ ଦଳ ଛାଡିଦେବେ ସେଥିପାଇଁ କଂଗ୍ରେସ ନୂଆ ରଣନୀତି ପ୍ରସ୍ତୁତ କରୁଛି । ସୂଚନାଥାଉ କି, ୨୦୧୮ ନିର୍ବାଚନରେ କଂଗ୍ରେସ ଜେଡିଏସ ସହ ମିଶି ସରକାର ଗଢିଥିଲେ ହେଁ ଗୋଟିଏ ବର୍ଷ କ୍ଷମତାରେ ରହି ପାରି ନ ଥିଲା ।  କିଛି ବିଧାୟକ ବିଦ୍ରୋହ ଘୋଷଣା କରିବାର ମିଳିତ ସରକାର ଭାଙ୍ଗି ଯାଇଥିଲା ଏବଂ ଏହାର ସୁଯୋଗ ନେଇ ବିଜେପି ସରକାର ଗଢିଥିଲା

Leave A Reply

Your email address will not be published.