Latest Odisha News

ନାଡା ଦ୍ୱାରା ୪ ବର୍ଷ ସସପେଣ୍ଡ ହେଲେ ରେସଲର ବଜରଙ୍ଗ

ନୂଆଦିଲ୍ଲୀ: ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସି (ନାଡା) ଅଲିମ୍ପିକ ପଦକ ବିଜେତା ରେସଲର ବଜରଙ୍ଗ ପୁନିଆଙ୍କୁ ୪ ବର୍ଷ ପାଇଁ ସସପେଣ୍ଡ କରିଛି । ଚୟନ ସମୟରେ ବଜରଙ୍ଗ ଡୋପ ଟେଷ୍ଟ ପାଇଁ ସାମ୍ପୁଲ ଦେବାକୁ ମନା କରିଥିଲେ । ଏବେ ଏ ନେଇ ତାଙ୍କୁ ଉପରୋକ୍ତ ଦଣ୍ଡ ପ୍ରଦାନ କରାଯାଇଛି । ଟୋକିଓ ଅଲିମ୍ପିକ୍ସରେ ସେ ରୌପ୍ୟ ପଦକ ଜିତିଥିଲେ । ଏହା ପୂର୍ବରୁ ଏପ୍ରିଲ ୨୩ରେ ତାଙ୍କୁ ଅସ୍ଥାୟୀ ଭାବେ ସସପେଣ୍ଡ କରାଯାଇଥିଲା । ବିଶ୍ୱ କୁସ୍ତ ସଂଗଠନ ଏହା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ପୁନିଆ ଏହି ଦଣ୍ଡାଦେଶ ବିରୋଧରେ ଆବେଦନ କରିଥିଲେ ।

୨୩ ଜୁନରେ ନାଡା ତାଙ୍କୁ ନୋଟିସ ଜାରୀ କରିଥିଲା । ଜୁଲାଇ ୧୧ରେ ସେ ପୂନର୍ବାର ଏହି ନିଷ୍ପତିକୁ ଚ୍ୟାଲେଞ୍ଜ କରିଥିଲେ । ସପ୍ଟେମ୍ବର ୨୦ ଓ ଅକ୍ଟୋର ୪ରେ ଏହାର ଶୁଣାଣୀ କରାଯାଇଥିଲା । ବର୍ତମାନ ନାଡାର ଡୋପିଂ ପ୍ୟାନେଲ ୪ ବର୍ଷ ପାଇଁ ତାଙ୍କୁ ସସପେଣ୍ଡ କରିଛି । ଭାରତୀୟ ରେସଲିଂ ଫେଡେରେଶନର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ବିରୋଧରେ ଆସିଥିବା ଯୌନ ନିର୍ଯ୍ୟାତନା ମାମଲାରେ ବଜରଙ୍ଗ ଜନ୍ତରମନ୍ତରରେ ଆନ୍ଦୋଳନ କରିଥିଲେ । ଏହି ଆନ୍ଦୋଳନରେ ବଜରଙ୍ଗ, ଭିନେଶ ଫୋଗଟ ଓ ସାକ୍ଷୀ ମଲିକ ମଧ୍ୟ ସାମିଲ ଥିଲେ ।

ଗତ ବର୍ଷ ଏସିଆନ ଗେମ୍ସରେ ବଜରଙ୍ଗ ବିନା ଟ୍ରାଏଲରେ ଅଂଶଗ୍ରହଣ କରିଥିଲେ । ସେ ପଦକ ହାସଲରେ ବିଫଳ ହୋଇଥିଲେ । ୨୦୨୨ରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ବଜରଙ୍ଗ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଡବ୍ଲ୍ୟୁଏଫଆଇ ନିର୍ବାଚନରେ ବ୍ରିଜଭୂଷଣଙ୍କ ନିକଟତମ ବ୍ୟକ୍ତି ସଞ୍ଜୟ ସିଂଙ୍କ ବିଜୟକୁ ବିରୋଧ କରି ପଦ୍ମଶ୍ରୀ ସମ୍ମାନ ଫେରାଇଥିଲେ । ହରିୟାଣା ନିର୍ବାଚନ ପୂର୍ବରୁ ସେ ଏବଂ ଭିନେଶ ଫୋଗଟ କଂଗ୍ରେସରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.