Latest Odisha News

ଶୁଟିଂ ବିଶ୍ୱକପ : ୫୦ମିଟର ରାଇଫଲ ଥ୍ରୀ ପୋଜିଶନରେ ସ୍ୱପ୍ନିଳ-ଆଶୀ ଜିତିଲେ ସ୍ୱର୍ଣ୍ଣ

ବାକୁ: ଏଠାରେ ଚାଲିଥିବା ଆଇଏସଏସଏଫ ଶୁଟିଂ ବିଶ୍ୱକପରେ ଭାରତୀୟ ଶୁଟରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ୫୦ ମିଟର ରାଇଫଲ ଥ୍ରୀ ପୋଜିଶନ ମିକ୍ସଡ ଇଭେଂଟରେ ସ୍ୱପ୍ନିଳ କୁସାଲେ ଓ ଆଶୀ ଚୌକସେ ଯୋଡି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଫାଇନାଲରେ ସେମାନେ ୟୁକ୍ରେନର ସେରହୀ କୁଲିଶ ଓ ଦରିଆ ତିଖୋୱାଙ୍କୁ ୧୬-୧୨ରେ ପରାସ୍ତ କରିଥିଲେ । ପୂର୍ବରୁ ମହିଳା ୧୦ ମିଟର ଏୟାର ରାଇଫଲ ଟିମ ଇଭେଂଟରେ ଇଲୋଭେନିଲ, କ୍ଲାରୱିନ, ଶ୍ରେୟା ଅଗ୍ରୱାଲ ଓ ରମିତା ଯୋଡି ସ୍ୱର୍ଣ୍ଣ ପଦକ ଜିତିଥିଲେ । ପଦକ ତାଲିକାରେ ଏବେ କୋରିଆ ପଛକୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ସ୍ୱପ୍ନିଳ ଏହି ପଦକ ସହ ବିଶ୍ୱକପରେ ତୃତୀୟ ପଦକ ହାସଲ କରିଛନ୍ତି ।

ଭାରତୀୟ ଶୁଟର୍ସ କାଏରୋ ବିଶ୍ୱକପରେ ପ୍ରଥମ ଷ୍ଟେଜରେ ପ୍ରଥମ ସ୍ଥାନ ହାସଲ କରିଥିଲା । ଏପ୍ରିଲରେ ରିୟୋ ବିଶ୍ୱକପରେ ଭାରତର ରାଇଫଲ ଓ ପିସ୍ତଲ ଟିମ ଅଂଶଗ୍ରହଣ କରି ନ ଥିଲେ । ବାକୁରେ ୧୨ ସଦସ୍ୟ ବିଶିଷ୍ଟ ରାଇଫଲ ସ୍କ୍ୱାଡ ଅଂଶଗ୍ରହଣ କରିଛନ୍ତି । ଏହା ପରେ ଚତୁର୍ଥ ତଥା ଫାଇନାଲ ଚାଙ୍ଗୱେନ ବିଶ୍ୱକପରେ ଭାରତର ରାଇଫଲ, ପିସ୍ତଲ ଓ ଶଟଗନ ଟିମ ଅଂଶ ଗ୍ରହଣ କରିବେ ।

Comments are closed.