Latest Odisha News

BREAKING NEWS

ମହିଳା ଜଣେ ହୋଇପାରନ୍ତି ବାଚସ୍ପତି!

ଭୁବନେଶ୍ୱର: ଏଥର ମନ୍ତ୍ରୀମଣ୍ଡଳ ଅଦଳ ବଦଳରେ ଆମୂଳଚୂଳ ପରିବର୍ତ୍ତନ ହେବାକୁ ଯାଉଛି । ସେପଟେ ଫୋନ୍ କଲ ପାଇଥିବା ନେତାଙ୍କ ମନରେ ଯେତିକି ଆଗ୍ରହ ଅଛି ତା ଠାରୁ ଅଧିକ ନିରାଶ ଅଛନ୍ତି ଫୋନ୍ କଲ ପାଇ ଇସ୍ତଫା ଦେଇଥିବା ବରିଷ୍ଠ ମାନେ ।

ମନ୍ତ୍ରୀ ବଦଳିଯିବା ସହ ଏଥର ବାଚସ୍ପତି ମଧ୍ୟ ବଦଳିଯିବେ ବୋଲି ଆଲୋଚନା ହେଉଛି । ତେବେ କେହି ଜଣେ ବରିଷ୍ଠ ମହିଳା ନେତାଙ୍କୁ ଏଥର ବାଚସ୍ପତି କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

ଏହି ଦୌଡ଼ରେ ପ୍ରମିଳା ମଲ୍ଲିକ, ସ୍ନେହାଙ୍ଗିନୀ ଛୁରିଆ ଏବଂ ଉଷା ଦେବୀଙ୍କ ନାମ ଆଗରେ ରହିଛି । ଯଦି କେହି ମହିଳା ବାଚସ୍ପତି ହୁଅନ୍ତି । ତେବେ ଏହି ଦୁଇ ନାମ ଭିତରୁ ଜଣକୁ କରାଯିବ ବୋଲି ପାୱାର କରିଡର ପାଖ ଲୋକ ଆଲୋଚନା କରୁଛନ୍ତି ।

ସେପଟେ ଏହି ଆଲୋଚନାକୁ ଯେତିକି ଗୁରୁତ୍ୱ ମିଳୁଛି; ପ୍ରଫୁଲ୍ଲ ସାମଲ, ପ୍ରଦୀପ ଅମାତ ଏବଂ ଅମର ପ୍ରସାଦ ଶତପଥିଙ୍କ ନାମ ମଧ୍ୟ ସମ୍ଭାବ୍ୟ ବାରସ୍ପତି ଦୌଡ଼ରେ ରହିଛି । ମହିଳା ଯଦି ପ୍ରାଥମିକ ପସନ୍ଦରେ ବାଚସ୍ପତି ନ ହୁଅନ୍ତି ତେବେ ଏମାନଙ୍କ ଭିତରୁ କିଏ ଜଣେ ବିଧାନସଭାର ସର୍ବୋଚ୍ଚ ଚୌକିରେ ବସିବେ ।

Leave A Reply

Your email address will not be published.