Latest Odisha News

BREAKING NEWS

ଝିଅ ଜନ୍ମ କରିବାରୁ ରାସ୍ତାରେ ବୋହୂକୁ ପିଟିଲେ ଶାଶୁ ନଣନ୍ଦ

ଭୁବନେଶ୍ୱର: ଝିଅ ଜନ୍ମ କରିବାରୁ ବୋହୂକୁ ରାସ୍ତା ଉପରେ ପିଟିଲେ ଶାଶୁ ନଣନ୍ଦ । ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ ଜଣେ ମହିଳା ଦୁଇଟି ଝିଅ ଜନ୍ମ କରିବାରୁ ତାଙ୍କ ଉପରେ ଶାଶୁ ଘର ଲୋକେ ଅତ୍ୟାଚାର କରିଥିଲେ ।

ଶନିବାର ଏଭଳି ଏକ ଭିଡିଓ ଭାଇରାଲ ହୋଇଛି । ସେଥିରେ ଦୁଇ ଜଣ ମହିଳା ପୀଡ଼ିତାଙ୍କୁ ବାଡ଼ାବାଡ଼ି କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଆଧାରରେ ଏକ ଏତଲା ଦାଏର ହେବା ସହ ମହିଳାଙ୍କୁ ହସ୍ପିଟାଲରେ ଆଡମିଶନ କରାଯାଇଛି ।

ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ତାଙ୍କର ପ୍ରଥମ ଝିଅ ହେବା ଦିନ ଠାରୁ ଅତ୍ୟାଚାର ହେଉଛି । ଯେତେବେଳେ ତାଙ୍କର ଦ୍ୱିତୀୟ କନ୍ୟା ସନ୍ତାନ ହେବା ପରେ ଆହୁରି ଅତ୍ୟାଚାର ବଢ଼ିଯାଇଥିଲା । ଏପରିକି ମହିଳାଙ୍କ ସ୍ୱାମୀ ମଧ୍ୟ ମାରପିଟ କରିବାରୁ ପଛାଉନଥିଲେ ।

ଦିନକୁ ଦିନ ମହିଳାଙ୍କ ଉପରେ ଅତ୍ୟାଚାର ବଢୁଥିବା ବେଳେ ଦ୍ୱିତୀୟ ସନ୍ତାନ ପାଇଁ ଗର୍ଭବତୀ ଥିବା ବେଳେ ଶାଶୁ ଘର ଲୋକେ ତାଙ୍କୁ ପ୍ରାୟ ସମୟ ଭୋକିଲା ରଖିଦେଉଥିଲେ । ଯେଉଁଥିପାଇଁ ମହିଳାଙ୍କୁ ଶ୍ରମିକ ଭାବେ କାମ କରିବାକୁ ଆରମ୍ଭ କରିଥିଲେ ।

ଶନିବାର ଏଭଳି ଏକ ଭିଡିଓ ଭାଇରାଲ ହୋଇଛି । ସେଥିରେ ଦୁଇ ଜଣ ମହିଳା ପୀଡ଼ିତାଙ୍କୁ ବାଡ଼ାବାଡ଼ି କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଆଧାରରେ ଏକ ଏତଲା ଦାଏର ହେବା ସହ ମହିଳାଙ୍କୁ ହସ୍ପିଟାଲରେ ଆଡମିଶନ କରାଯାଇଛି ।

Leave A Reply

Your email address will not be published.