Latest Odisha News

BREAKING NEWS

ସୁଧୁରୁଛି ବଳଙ୍ଗା ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା; କଢାଗଲା ଅକ୍ସିଜେନ ସପୋର୍ଟ ସିଷ୍ଟମ

ଭୁବନେଶ୍ବର: ପୁରୀ ଜିଲ୍ଲା ନିମାପଡା ବ୍ଲକ ବଳଙ୍ଗାରେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ତିନି ଜଣ ଦୁର୍ବୁତ୍ତ କିରୋସିନି ଢାଳି ପୋଡିଦେଇଥିବାବେଳେ, ପୀଡିତା ଜଣକ ଅଧିକ ଉନ୍ନତ ଚିକିତ୍ସା ପାଇଁ ଏବେ ଦିଲ୍ଲୀ ସ୍ଥିତ ଅଖିଳ ଭାରତ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ରେ ଚିକିତ୍ସାଧୀନ ଅଛନ୍ତି । ତେବେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଘଟିଥିବା ସୂଚନା ରହିଛି ।

ତାଙ୍କର ଅମ୍ଳଜାନସ୍ତର ସ୍ଥିର ରହିଛି । ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଘଟିବା ପରେ ଅମ୍ଳଜାନ ସହାୟତା ବ୍ୟବସ୍ଥା (ଅକ୍ସିଜେନ ସପୋର୍ଟ ସିଷ୍ଟମ)କୁ କାଢ଼ି ନିଆଯାଇଛି । ଆଉ ସେ ଧିରେ ଧିରେ କଥା ହେଉଥିବା ଜଣାପଡିଛି । ପୀଡ଼ିତା କିଛି ଖାଦ୍ୟ ଖାଇଛନ୍ତି ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ରହିଛି । ଆଜି ତୃତୀୟ ଦିନରେ ଶରୀରର ଡ୍ରେସିଂ କରାଯାଇ ଘା’ ଶୁଖିବା ପାଇଁ ଆଣ୍ଟିବାଓଟିକ ଔଷଧ ଦିଆଯାଇଛି ।

ତେବେ ୭୫ ପ୍ରତିଶତରୁ ଊର୍ଦ୍ଧ୍ବ ଶରୀରର ଅଂଶ ପୋଡ଼ି ଯାଇଥିବାରୁ ଏବେ ମଧ୍ୟ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି ।

ସୂଚନାଯୋଗ୍ୟ, ଶନିବାର ଦିନ ଝିଅଟି ଜଣେ ବନ୍ଧୁଙ୍କୁ ଭେଟିବାକୁ ଯାଉଥିବା ସମୟରେ ଭାର୍ଗବୀ ନଦୀ ନିକଟରେ ତିନି ଜଣ ଅଜଣା ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ବାସିନ୍ଦାମାନେ ତାଙ୍କୁ ସାହାଯ୍ୟ କରିବାକୁ ଦୌଡ଼ି ଆସିଥିଲେ ଏବଂ ନିଆଁ ଲିଭାଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର ପୂର୍ବରୁ ପ୍ରଥମେ ନିକଟସ୍ଥ ଏକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା । ମାତ୍ର ସେ ଅଜଣା ଯୁବକ କିଏ ଥିଲେ, କାହିଁକି ନାବାଳିକାଙ୍କୁ ଆକ୍ରମଣ କଲେ, ଏନେଇ ଏପର୍ଯ୍ୟନ୍ତ କିଛି ବି ତଥ୍ୟ ହସ୍ତଗତ ହୋଇନାହିଁ ।

Comments are closed.