Latest Odisha News

BREAKING NEWS

ଦଶହରାରେ ବାଲେଶ୍ୱରରେ ଆଖଡ଼ା ଖେଳ ପ୍ରଦର୍ଶନ

ବାଲେଶ୍ୱର: ଦୁର୍ଗାପୂଜାର ଅନ୍ୟତମ ଆକର୍ଷଣ ହେଉଛି ଆଖଡ଼ା ଖେଳ। ବାଲେଶ୍ୱରରେ ଆଖଡ଼ା ଦଳମାନେ ମହାବୀର ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ଶସ୍ତ୍ର ପୂଜା ସହ ହନୁମାନଙ୍କୁ ସଲାମୀ ପ୍ରଦାନ କରିଛନ୍ତି। ଏବର୍ଷ ବାଲେଶ୍ୱର ଆଖଡ଼ା ସଂଘ ପକ୍ଷରୁ ଏହି ପର୍ବ ପାଳିତ ହୋଇଥିଲା। ସହର ତଥା ଆଖପାଖ ଅଞ୍ଚଳର୨୫ଟି ଦଳ ସଲାମୀ ଦେବା ସହ ବିଧିରକ୍ଷା ପୂର୍ବକ ଆଖଡ଼ା ଖେଳ ପ୍ରଦର୍ଶନ କରିଥିଲେ। ବିଶେଷକରି ଖେଳାଳିମାନେ ବନାଟି, ରୋକମାର, ଛେଡ଼ିବାଡ଼ି, ଫରିବାଡ଼ି ଓ ଖଣ୍ଡା ଖେଳ ପ୍ରଭୃତି ପ୍ରଦର୍ଶନ କରିଥିଲେ। ଶିଶୁ, ବୟସ୍କମାନଙ୍କ ସମେତ କିଶୋରୀମାନେ ମଧ୍ୟ ଏହି ଖେଳ ଦେଖାଇଥିଲେ।

ମହାଷ୍ଟମୀ ତିଥିକୁ ବୀରାଷ୍ଟମୀଭାବେ ପାଳନ କରିଥାନ୍ତି। ପ୍ରତିବର୍ଷ ବୀରାଷ୍ଟମୀ ଦିନ ଆଖଡ଼ା ଦଳଗୁଡ଼ିକ ସହରର ବିଭିନ୍ନ ସ୍ଥାନରୁ ସକାଳୁ ବାହାରି ମହାବୀର ମଠରେ ପହଞ୍ଚି ସଲାମୀ ଗ୍ରହଣ କରିବା ପରେ ଖେଳ ପ୍ରଦର୍ଶନ କରିଥାନ୍ତି। ଚଳିତବର୍ଷ କରୋନା କଟକଣା ପାଇଁ ଆଖଡ଼ା ଖେଳ ପାଇଁ ଅନୁମତି ଦିଆଯାଇନାହିଁ। ତେବେ କେବଳ ପରମ୍ପରା ରକ୍ଷା ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଛି।

ବିଜୟର ପ୍ରତୀକଭାବେ ବିଜୟା ଦଶମୀ ସନ୍ଧ୍ୟାରେ ସହରର କେନ୍ଦ୍ରସ୍ଥଳ ସିନେମା ଛକରେ ବିଭିନ୍ନ ଅଞ୍ଚଳର ଆଖଡ଼ା ଦଳ ସେମାନଙ୍କ ଖେଳ ପ୍ରଦର୍ଶନ ପରମ୍ପରା ରହିଥିବାବେଳେ ଚଳିତବର୍ଷ ଏହାକୁ ବାତିଲ କରାଯାଇଥିବା ସଂଘର କର୍ମକର୍ତ୍ତା କହିଛନ୍ତି।

Leave A Reply

Your email address will not be published.