Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ଅକ୍ଷରଙ୍କ ସ୍ଥାନରେ ଦଳରେ ସାମିଲ ହେଲେ ଶାର୍ଦ୍ଦୁଳ

ମୁମ୍ବାଇ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ବୁଧବାର ଭାରତୀୟ ଦଳରେ ସାମାନ୍ୟ ପରିବର୍ତନ କରାଯାଇଛି । ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ସ୍ଥାନରେ ଚୂଡାନ୍ତ ଦଳରେ ଶାର୍ଦ୍ଦୁଳ ଠାକୁରଙ୍କୁ ସାମିଲ କରାଯାଇଛି । ବିସିସିଆଇ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ପୂର୍ବରୁ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶ୍ରେୟାସ ଆୟାର, ଦୀପକ ଚହର ଓ ଶାର୍ଦ୍ଦୁଳ ଠାକୁର ସ୍ଥାନ ପାଇଥିଲେ ।

ଏବେ ଅକ୍ଷରଙ୍କ ମୂଖ୍ୟ ଦଳରୁ ଷ୍ଟାଣ୍ଡବାଇକୁ ଅଣା ଯାଇଛି । ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳୁଥିବା ଶାର୍ଦ୍ଦୁଳ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରି ଚୟନ କମିଟିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସ ସମସ୍ୟା ନେଇ ସସପେନ୍ସ ରହିଥିବା ବେଳେ ବିସିସିଆଇ କିନ୍ତୁ ତାଙ୍କୁ ଦଳରେ ରଖିଛି ।

Leave A Reply

Your email address will not be published.