Latest Odisha News

BREAKING NEWS

ନବୀନ ନିବାସରେ ବାଲେଶ୍ଵର ବିଜେଡି କଳି….

ଭୁବନେଶ୍ବର: ନବୀନ ନିବାସରେ ପହଞ୍ଚିଲା ବାଲେଶ୍ଵର ବିଜେଡି କଳି । ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ଜିଲ୍ଲା ସଭାପତି କରିବାକୁ ଦାବି ହୋଇଛି । ଏନେଇ ଆଜି ବ୍ଲକ୍ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭାପତି ଓ ପୌରାଧ୍ୟକ୍ଷ ନବୀନ ନିବାସ ଆସି ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ।

ଏହି ସମୟରେ ନବୀନ ନିବାସକୁ ସିମୁଳିଆ ବିଧାୟିକା ପ୍ରାର୍ଥିନୀ ସୁଵାସିନୀ ସାହୁ ବି ଆସିଛନ୍ତି । ରେମୁଣା ପ୍ରାର୍ଥିନୀ ବିଦୁସ୍ମିତା ମହାଳିକ ମଧ୍ୟ ମେଳିରେ ସାମିଲ ଅଛନ୍ତି ବୋଲି ସୂଚନା ରହିଛି ।

ଅନ୍ୟପଟେ ଆଜି ବରିଷ୍ଠ ନେତା ଅମର ଶତପଥୀ ନୂଆ ବିଜେଡି ଗଠନ ନେଇ ସଂକେତ ଦେଇଛନ୍ତି । ସେ କହିଛନ୍ତି, ବିଜେଡି ଲୋକ ହିଁ ଗଠନ କରିବେ ନୂଆ ବିଜେଡି । ନିର୍ଦ୍ଦିଷ୍ଟ ନୀତି ଓ ବିଚାରଧାରାରେ ନ ଚାଲିଲେ ନେତା ଓ କର୍ମୀ ଦୂରେଇ ଯିବେ ବୋଲି କହିଛନ୍ତି ଅମର ଶତପଥୀ ।

ତେବେ ବଡ଼ଚଣା ନିର୍ବାଚନମଣ୍ଡଳୀରୁ ଲଗାତର ଭାବେ ବିଜୟ ହାସଲ କରିଥିବା ଅମରଙ୍କୁ ଗତ ନିର୍ବାଚନରେ ବିଜେଡି ଟିକେଟ୍‌ ମିଳି ନ ଥିଲା । ତାଙ୍କ ସ୍ଥାନରେ ଅଭିନେତ୍ରୀ ବର୍ଷାଙ୍କ ଉପରେ ଆଶା ପ୍ରକଟ କରିଥିଲା ବିଜେଡି । ହେଲେ ଏଥିରେ ବର୍ଷାଙ୍କର ଶୋଚନୀୟ ଭାବେ ପରାଜୟ ହୋଇଥିଲା ।

Comments are closed.