Latest Odisha News

BREAKING NEWS

କଲବଲ କରୁଛି ତାତି: ସାଢ଼େ ୧୧ ସୁଦ୍ଧା ୪୦ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ଵର: ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି। ସାରା ରାଜ୍ୟରେ ପ୍ରବଳ ଖରା । ଜଳୁଛି ରାଜଧାନୀ। ସକାଳ ୮ଟା ପରେ ଘରୁ ବାହାରିବା କଷ୍ଟ ହୋଇପଡ଼ୁଛି। ଆଜି ସକାଳ ୮ଟା ୩୦ ସୁଦ୍ଧା ୩୪ ଡିଗ୍ରୀ ପାରଦ ଟପି ଥିବା ବେଳେ ସାଢେ ୧୧ଟା ସୁଦ୍ଧା ପାରଦ ୪୦ ଡିଗ୍ରୀ ଛୁଇଁଛି।

ଆଜି ସକାଳୁ ସକାଳୁ ବାଲେଶ୍ଵର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବା ବେଳେସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱର ୩୯.୯ ଡିଗ୍ରୀ, ଚାନ୍ଦବାଲି ୩୯.୪ ଡିଗ୍ରୀ, ଝାରସୁଗୁଡ଼ା ୩୮. ୮ ଡିଗ୍ରୀ, ସମ୍ବଲପୁର ୩୮.୩ ଡିଗ୍ରୀ, ହୀରାକୁଦ ୩୮.୨ ଡିଗ୍ରୀ, କେନ୍ଦୁଝର ୩୭.୪ ଡିଗ୍ରୀ, ରାଉରକେଲା ୩୭ ଡିଗ୍ରୀ, ପାରାଦୀପ ୩୪.୭ ଡିଗ୍ରୀ, ଗୋପାଳପୁର ୩୩. ୮ ଡିଗ୍ରୀ ଓ ପୁରୀରେ ୩୪ .୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟରେ କିଛି ସ୍ଥାନରେ ଦିନ ତାପମାତ୍ରା ଆହୁରି ୨ ରୁ ୩ ଡ଼ିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ଥିବା ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୮ ରୁ ୨୦ ତାରିଖ ମଧ୍ୟରେ ସକ୍ରିୟ ଗ୍ରୀଷ୍ମ ଲହରୀର ଶିଖର ଛୁଇଁବା ସହ କିଛି ଅଞ୍ଚଳରେ ୪୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.