Latest Odisha News

BREAKING NEWS

ଗ୍ରୀଷ୍ମ ମୁକାବିଲା: ଟିପିଏସ୍ଓଡିଏଲ ପକ୍ଷରୁ ସମସ୍ତ ୬ଟି ସର୍କଲରେ ଭ୍ରାମ୍ୟମାଣ ସବ୍ ଷ୍ଟେସନ ନିୟୋଜିତ

ବ୍ରହ୍ମପୁର: ଗ୍ରୀଷ୍ମ ଋତୁରେ ଉତ୍କୃଷ୍ଟ ମାନର ବିଦ୍ୟୁତ ସେବା ଯୋଗାଇବା ପାଇଁ ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ) ନୂଆ ପଦକ୍ଷେପ ନେଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ସମସ୍ତ ୬ଟି ସର୍କଲରେ ଭ୍ରାମ୍ୟମାଣ ସବ ଷ୍ଟେସନ ନିୟୋଜିତ କରାଯାଇଛି ।

ପ୍ରତ୍ୟେକ ଭ୍ରାମ୍ୟମାଣ ସବ ଷ୍ଟେସନ ଗୁଡିକରେ ବିତରଣ ଟ୍ରାନ୍ସଫର୍ମର ଓ ସୁରକ୍ଷା ଉପକରଣ ରହିଛି । ଭ୍ରାମ୍ୟମାଣ ଟ୍ରଲି ଉପରେ ଏହାକୁ ସ୍ଥାନିତ କରାଯିବା ସହ ଆବଶ୍ୟକ ସମୟରେ ତୁରନ୍ତ ଏହାକୁ କର୍ମସ୍ଥଳୀକୁ ନିଆଯାଇପାରିବ । ଯାତ୍ରା ଅବଧିକୁ ବାଦ୍ ଦେଇ ଦେଢ଼ ଘଣ୍ଟା ସମୟ ଭିତରେ ଭ୍ରାମ୍ୟମାଣ ସବଷ୍ଟେସନ କାର୍ଯ୍ୟକ୍ଷମ ହୋଇପାରିବ । ଗ୍ରୀଷ୍ମ କାଳରେ ବିଜୁଳି ଚାହିଦା ବଢୁଥିବା ବେଳେ ଏହି ପଦକ୍ଷେପ ବେଶ୍ ସହାୟକ ହେବ ।

ଜରୁରୀକାଳୀନ ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ ଏବଂ ପ୍ରକଳ୍ପ କାର୍ଯ୍ୟ ଆଦି ବିଭିନ୍ନ ପରିସ୍ଥିତିରେ ଭ୍ରାମ୍ୟମାଣ ସବଷ୍ଟେସନ ଆବଶ୍ୟକୀୟ ସେବା ଯୋଗାଇବ । ଡାକ୍ତରଖାନା ଏବଂ ପାନୀୟ ଜଳ ଯୋଗାଣ ଭଳି ଜରୁରୀ ସେବାକୁ ଏହା ବିଦ୍ୟୁତ ଯୋଗାଇବା ସହ ସ୍ଥାୟୀ ସବ ଷ୍ଟେସନର ରକ୍ଷଣାବେକ୍ଷଣା କିମ୍ବା ମରାମତି ସମୟରେ ଅସ୍ଥାୟୀ ବିଦ୍ୟୁତ ସେବା ଯୋଗାଇପାରିବ । ସହଜରେ ନେବା ଆଣିବା ହୋଇପାରୁଥିବା ସହ ବ୍ୟବସ୍ଥିତ ଡିଜାଇନ୍ ଯୋଗୁଁ ଟିପିଏସ୍ଓଡିଏଲର ଭ୍ରାମ୍ୟମାଣ ସବ ଷ୍ଟେସନ ନିର୍ଦ୍ଧାରିତ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପରିସ୍ଥିତି ମୁକାବିଲା କରିପାରିବ ।

ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି,” ବର୍ତ୍ତମାନ ସମୟରେ ଆମର ମିଶନ ହେଉଛି ଆମ ଉପଭୋକ୍ତାଙ୍କୁ ଭରସାଯୋଗ୍ୟ ବିଦ୍ୟୁତ ସେବା ଯୋଗାଇବା । ଗ୍ରୀଷ୍ମ କାଳରେ ତ୍ୱରିତ ବିଦ୍ୟୁତ ପୁନଃଯୋଗାଣରେ ଏହି ଭ୍ରାମ୍ୟମାଣ ସବ ଷ୍ଟେସନର ପ୍ରମୁଖ ଭୂମିକା ରହିବ । ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବିତରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଅଭିନବ ପଦକ୍ଷେପ ନେବା ଦିଗରେ ଆମ ଟିମ୍ ନିରନ୍ତର ପ୍ରୟାସ କରୁଛନ୍ତି।”

Leave A Reply

Your email address will not be published.