Latest Odisha News

ରେଲୱେ ଓଭରବ୍ରିଜ୍ ଭୁଶୁଡିବା ଘଟଣା; ଜାଣନ୍ତୁ, କେଉଁସବୁ ଟ୍ରେନ୍ ସମୟରେ ହେଲା ପରିବର୍ତ୍ତନ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଶୋଭାରାମପୁର ରେଲୱେ କ୍ରସିଂ ନିକଟରେ ଥିବା ଏକ ନିର୍ମାଣଧିନ ଓଭରବ୍ରିଜ ଗତକାଲି ରେଳଧାରଣା ଉପରେ ଭୁଶୁଡି ପଡିଯାଇଥିଲା । ଯାହାଫଳରେ ଖୋର୍ଦ୍ଧା-ଖଡଗପୁର ରୁଟରେ ଅନେକ ଟ୍ରେନ୍ ଚଳାଚଳରେ ବାଧାପ୍ରାପ୍ତ ହୋଇଥିବା ବେଳେ ଆଉ କିଛି ଟ୍ରେନର ସମୟ ସୂଚୀରେ ପରିବର୍ତ୍ତନ କରାଯାଇଛି ।

ଏନେଇ ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ସୂଚନା ମିଳିଛି ।

୧୨୨୭୮/୧୨୨୭୭ (ପୁରୀ-ହାୱଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସ୍) ଆଜି ଉଭୟ ପଟୁ ବାତିଲ ହୋଇଛି ।

ଗତକାଲି ଛାଡିବାକୁ ୧୨୮୩୯ (ହାୱଡା-ଏମଜିଆର ଚେନ୍ନାଇ ମେଲ୍) ଆଜି ଦିନ ୧୨ଟା ୧୫ମି.ରେ ହାୱଡାରୁ ଛାଡିବ ।

୧୨୭୦୩ (ହାୱଡା-ସିକନ୍ଦରାବାଦ) ଫଲକନାମା ଏକ୍ସପ୍ରେସ୍ ଆଜି ହାୱଡାରୁ ଦିନ ୧ଟା ୧୫ମି.ରେ ଛାଡିବ ।

ସୂଚନାଯୋଗ୍ୟ, ଗତକାଲି ମେସିନ ସାହାର୍ଯ୍ୟରେ ଯେତେବେଳେ ଓଭରବ୍ରିଜରେ ୬ଟି ବିମ୍ ମଧ୍ୟରୁ ଶେଷ ବିମ୍ ଖଞ୍ଜା ଯାଉଥିଲା, ସେସମୟରେ ଏହା ଖସିପଡିଥିଲା । ତେବେ ଏହି ଘଟଣାରେ କୌଣସି ମୃତାହତ ସୂଚନା ମିଳିନଥିଲା ।

Leave A Reply

Your email address will not be published.