Latest Odisha News

BREAKING NEWS

ପୁରୀରେ ପେଟ୍ରୋଲ୍ ପମ୍ପ ମାଲିକଙ୍କୁ ଗୁଳିମାଡ

ପୁରୀ: ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ପୁରୁଣା ସୋମେଶ୍ୱର ଛକ ନିକଟରେ କେହି ଦୁବୃର୍ତ୍ତ ଜଣେ ପେଟ୍ରୋଲ୍ ପମ୍ପ ମାଲିଙ୍କୁ ଗୁଳିମାଡ କରିବା ନେଇ ଅଭିଯୋଗ ହୋଇଛି ।

ଆହତ ମାଲିକ ଜଣକ ଶ୍ରୀକାନ୍ତ ରଥ ଏବଂ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରସ୍ଥିତ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୩ଜଣ ଦୁବୃର୍ତ୍ତ ବାଇକ ଯୋଗେ ଆସି ସୁଜାତା ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ । ପରେ କ୍ୟାସ୍ କାଉଣ୍ଟର ପାଖକୁ ଯାଇ ସମସ୍ତ ଟଙ୍କାପଇସା ଦେବାପାଇଁ କହିଥିଲେ । ଶ୍ରୀ ରଥ ମନା କରିବାରୁ ଦୁବୃର୍ତ୍ତମାନେ ଅଚାନକ ତାଙ୍କ ଉପରକୁ ଗୁଳି ଚଳାଇ ଚମ୍ପଟ ମାରିଥିଲେ । ପରେ ଗୁଳି ଶବ୍ଦ ଶୁଣି ପେଟ୍ରୋଲ୍ ପମ୍ପ କର୍ମଚାରୀ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଖବର ପାଇ ସାକ୍ଷୀଗୋପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ପାରିପାଶ୍ୱିର୍କ ସ୍ଥିତି ପରଖିଥିଲା । ତେବେ ସିସିଟିଭ ଫୁଟେଜକୁ ଆଧାର କରି ଦୁବୃର୍ତ୍ତମାନଙ୍କୁ କାବୁ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.