ବାଲେଶ୍ବର:ବାଲେଶ୍ଵର ଏସପି ନାବାଳିକା ଅପହରଣ ମାମଲାର ଅଭିଯୁକ୍ତ ଟ୍ରେନରୁ ଫେରାର ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଗୋପାଳପୁର ଥାନାର ଜଣେ ଏଏସଆଇ ଓ ୨ ଜଣ କନେଷ୍ଟବଳଙ୍କୁ ବାଲେଶ୍ଵର ଏସପି ନିଲମ୍ବିନ କରିଛନ୍ତି ।
ସୂଚନାଥାଉକି, ଏଏସଆଇ ହେଉଛନ୍ତି ଗୋପାଳପୁର ଥାନାର ଏଏସଆଇ ଦୀପକ କୁମାର ଭୋଇ, କନେଷ୍ଟବଳ ବିକାଶ କୁମାର ମହାପାତ୍ର ଏବଂ ବାଲେଶ୍ଵର ରିଜର୍ଭ କନେଷ୍ଟବଳ ସୁଚିତ୍ରା ମାଝୀ।
ଖବରମୁତାବକ,ଗୋପାଳପୁର ଥାନା ଦୋଳପୁର ଅଞ୍ଚଳର ଜଣେ ନାବାଳିକାକୁ ଆରୁହାବାଡ଼ ଅଞ୍ଚଳର ଜଣେ ଯୁବକ ଅପହରଣ କରିଥିବା ଲିଖିତ ଅଭିଯୋଗ କରିଥିଲେ ନାବାଳିକାଙ୍କ ମାଆ । ସେ ଜୁନ ୩୦ ତାରିଖରେ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ ।
ଟିମ ସେପ୍ଟେମ୍ବର ୧୦ ତାରିଖରେ ଆନ୍ଧ୍ରପ୍ରଦେଶରେ ଯୁବକ ଜଣକ ନାବାଳିକାକୁ ଅପହରଣ କରି ରଖିଥିବାର ସନ୍ଧାନ ପାଇଥିଲେ । ଏହାପରେ ଆନ୍ଧ୍ରପ୍ରଦେଶ ଯାଇ ବିଭିନ୍ନ ସ୍ଥାନରେ ଚଢାଉ କରି ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଯୁବକ ସଞ୍ଜୟ ରଥଙ୍କୁ ମଧ୍ୟ ଧରିବାରେ ସଫଳ ହୋଇଥିଲେ । ଆଉ ସେଠାରୁ ଟ୍ରେନ ଯୋଗେ ଓଡ଼ିଶା ଆଣୁଥିଲେ । କିନ୍ତୁ ବିଳମ୍ବିତ ରାତିରେ ଅଭିଯୁକ୍ତ ଯୁବକ ୩ ଜଣ ପୋଲିସ ଥାଉ ଥାଉ ଟ୍ରେନରୁ ଫେରାର ମାରିଥିଲେ ।
ଅଭିଯୁକ୍ତ ଯୁବକ ପୋଲିସ ହାତରୁ ଫେରାର ହୋଇଥିବା ଜଣାପଡ଼ିବା ପରେ ବାଲେଶ୍ଵର ଏସପି ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
Comments are closed.