Latest Odisha News

BREAKING NEWS

୧୦୦ଟପିଲା ବାଲେଶ୍ୱରରେ କରୋନା ପଜିଟିଭ୍ ସଂଖ୍ୟା, ରାଜ୍ୟରେ ଦ୍ୱିତୀୟ ସର୍ବାଧିକ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରେ ବଢୁଛି କରୋନା ପଜିଟିଭଙ୍କ ସଂଖ୍ୟା । ଆଜି ସକାଳ ସୁଦ୍ଧା ଏହି ସଂଖ୍ୟା ୧୦୨ରେ ପହଞ୍ଚିଛି । ରାଜ୍ୟର ମୋଟ କରୋନା ପଜିଟିଭ ସଂଖ୍ୟାରୁ କେବଳ ଏହି ଜିଲ୍ଲାର ୧୫.୨ ପ୍ରତିଶତ ରହିଛି । ଏଥି ସହ ଏହା ରାଜ୍ୟର ଦ୍ୱିତୀୟ ସର୍ବାଧିକ କରୋନା ପଜିଟିଭ୍ ସଂଖ୍ୟା ଥିବା ଜିଲ୍ଲା ହୋଇଛି ।

ପ୍ରଥମରୁ ପଶ୍ଚିମବଙ୍ଗ ଲିଙ୍କ୍ ଯୋଗୁଁ ଜିଲ୍ଲାରେ ଆକ୍ରାନ୍ତଙ୍କ ସମଖ୍ୟା ବଢୁଥିବା ବେଳେ ଏବେ ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ମଧ୍ୟରେ କରୋନା ପଜିଟିଭ୍ ଚିହ୍ନିଟ ହେଉଛନ୍ତି ।

ବର୍ତ୍ତମାନ କରୋନା ପଜିଟିଭ ସଂଖ୍ୟା ଦୃଷ୍ଟିରୁ ପ୍ରଥମ ସ୍ଥାନରେ ଗଂଜାମ ଜିଲ୍ଲା ରହିଛି । ଏବେ ଗଂଜାମରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୨୬୨ ରହିଛି । ତେବେ ବାଲେଶ୍ୱର ଜିଲ୍ଲାରେ ଦ୍ରୁତ ଗତିରେ କରୋନା ପଜିଟିଭଙ୍କ ସଂଖ୍ୟା ବଢିବା ଚିନ୍ତାର ବିଷୟ ହୋଇଛି । ଏହା ପଛକୁ ତୃତୀୟ ସ୍ଥାନରେ ରହିଛି ଯାଜପୁର ଜିଲ୍ଲା । ଏଠାରେ ୯୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.