Latest Odisha News

BREAKING NEWS

ଆଜି କଟକରେ ପହଞ୍ଚିବ ଶ୍ରମିକ ସ୍ବତନ୍ତ୍ର ଟ୍ରେନ

କଟକ: ହାଇଦ୍ରାବାଦରୁ ୮୦୦ରୁ ଅଧିକ ପ୍ରବାସୀ ଓଡିଆଙ୍କୁ ଧରି ଆସୁଥିବା ଏକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଶୁକ୍ରବାର ଦିନ କଟକସ୍ଥିତ ନର୍ଗୁଣ୍ଡି ରେଳ ଷ୍ଟେସନରେ ପହଞ୍ଚିବ।

ପରବର୍ତ୍ତୀ ସମୟରେ ଯାତ୍ରୀମାନଙ୍କୁ ବସ୍‌ରେ ନିଜ ନିଜ ବ୍ଲକରେ ଥିବା କ୍ବାରେନଣ୍ଟାଇନ ସେଣ୍ଟରକୁ ନିଆଯିବ ବୋଲି ପୂର୍ବତଟ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅଧିକ ପଢନ୍ତୁ- ୪ ଶହରୁ ଉର୍ଦ୍ଧ୍ବ ପ୍ରବାସୀଙ୍କ ସହ ଯାଜପୁରରେ ପହଁଚିଲା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ

ଉଲ୍ଲେଖଯୋଗ୍ୟ, ଟ୍ରେନରେ ଯାତ୍ରା କରୁଥିବା ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ନିୟମ ଏବଂ ସ୍ୱଚ୍ଛତା ନିଶ୍ଚିତ କରିବା ବାଧ୍ୟତାମୂଳକ କରାଯାଇଛି। ଏହାଛଡା ଯାତ୍ରୀମାନଙ୍କୁ ଖାଦ୍ୟ ଏବଂ ପାନୀୟ ଜଳ ମଧ୍ୟ ଯୋଗାଇ ଦିଆଯାଇଛି।

Leave A Reply

Your email address will not be published.