ନୂଆଦିଲ୍ଲୀ: ଗତ ୧୨ ତାରିଖରେ ଏୟାର ଇଣ୍ଡିଆ ଫ୍ଲାଇଟ୍ ୧୭୧ ଦୁର୍ଘଟଣା ଗ୍ରସ୍ତ ହେବା ପରେ, ଏବେ ବିମାନ ସେବା ନେଇ ଅନେକ ଦୁର୍ଘଟଣା ସାମ୍ନାକୁ ଆସୁଛି । କେତେବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ବାତିଲ୍ ହେଲାଣି ତ, ଆଉ କେଉଁଠି ଉଡାଣ ଭରିବା ପରେ ଗନ୍ତବ୍ୟସ୍ଥଳକୁ ନଯାଇ ପୁଣି, ପୂର୍ବ ସ୍ଥାନକୁ ଫେରୁଆସୁଛି ବିମାନ ।
ଏହାରି ଭିତରେ ବଜି ଭାରତରୁ ଇଣ୍ଡୋନେସିଆ ଯାଉଥିବା ଆଉ ଏକ ଏୟାର ଇଣ୍ଡିଆ ବିମାନକୁ ତାର ରୁଟ୍ ବଦଳାଇବାକୁ ପଡିଛି। ଏହି ବିମାନକୁ ମଝି ରାସ୍ତାରେ ନୂଆଦିଲ୍ଲୀ ଫେରିବାକୁ ପଡିଥିଲା । ପ୍ରକୃତରେ, ଇଣ୍ଡୋନେସିଆର ବାଲି ବିମାନବନ୍ଦର ନିକଟରେ ଜ୍ୱାଳାମୁଖୀ ବିସ୍ଫୋରଣ ଯୋଗୁଁ, ଏୟାର ଇଣ୍ଡିଆ ବିମାନକୁ ଦିଲ୍ଲୀ ଫେରିବାକୁ ପଡିଲା। ଏହା ରାଜଧାନୀରୁ ବାଲି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।
ଏନେଇ ଏୟାର ଇଣ୍ଡିଆ କହିଛି ଯେ ବିମାନଟି ସୁରକ୍ଷିତ ଭାବରେ ଦିଲ୍ଲୀ ଫେରିଆସିଛି ଏବଂ ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଛି। ଜୁନ ୧୮ ତାରିଖରେ, ବାଲି ବିମାନବନ୍ଦର ନିକଟରେ ଜ୍ୱାଳାମୁଖୀ ବିସ୍ଫୋରଣ ରିପୋର୍ଟ ଯୋଗୁଁ ଦିଲ୍ଲୀରୁ ବାଲି ଯାଉଥିବା ଏୟାର ଇଣ୍ଡିଆ ବିମାନ AI2145 କୁ ସୁରକ୍ଷା ଦୃଷ୍ଟିକୋଣରୁ ଦିଲ୍ଲୀ ଫେରିବାକୁ ପରାମର୍ଶ ଦିଆଯାଇଥିଲା। ଯାତ୍ରୀମାନଙ୍କୁ ହୋଟେଲରେ ରହିବା ବ୍ୟବସ୍ଥା ଦିଆଯାଇଛି। ଏହା ସହିତ, ଅତିରିକ୍ତ ଦେୟ ବିନା ଟିକେଟ୍ ବାତିଲ କିମ୍ବା ଯାତ୍ରା ପୁନଃନିର୍ଦ୍ଧାରିତ କରିବା ଉପରେ ଯାତ୍ରୀମାନଙ୍କୁ ପୂର୍ଣ୍ଣ ଫେରସ୍ତ ସୁବିଧା ଦିଆଯାଉଛି ବୋଲି କହିଛି ଏୟାର ଇଣ୍ଡିଆ ।
ତେବେ ଲଗାତାର ଏଭଳି ଘଟଣା ଏବେ ବିମାନ ଯାତ୍ରା କରିବାକୁ ମନରେ ଭୟ ସୃଷ୍ଟି କରିଛି ।
Comments are closed.