ବ୍ରହ୍ନପୁର: ଗଞ୍ଜାମ ଜିଲ୍ଲାର ବହୁ ଚର୍ଚ୍ଚିତ ଦିଗପହଣ୍ଡି ଡବଲ ମର୍ଡର ମାମଲାରେ ୪ ଜଣଙ୍କୁ ଆଜୀବନ ଦଣ୍ଡାଦେଶ । ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପାଳଝାଢ଼ି ଗ୍ରାମର ବିଜେଡି ନେତା ସୁଦର୍ଶନ ସୁଆର ଓ ସୁଧୀର ପାତ୍ର ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ ହୋଇଛି। ଏହି ମାମଲାରେ ଆଜି ବ୍ରହ୍ମପୁର ଏଡିଜେ-୩ ବିବସ୍ବତ ଗୌତମ ୪ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
୪ ଦୋଷୀ ହେଲେ ସଦର ଥାନା ଅନ୍ତର୍ଗତ କୁକୁ ବୁଡୁ ଦାସ, ଲାଠୀ ଗ୍ରାମର କୁନା ଗୌଡ଼, ମୁଖ୍ୟ ଅଭିଯୁକ୍ତ ପାଳଝା ଗରଣର ପ୍ରଶାନ୍ତ ଗୌଡ଼ ଓ ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥ ପୁରର ବି.ଦେବରାଜ ରେଡ୍ଡୀ।
ସୂଚନାଥାଉକି, ୨୦୨୨ରେ ୨ ବିଜେଡି ନେତାଙ୍କୁ ଦିଗପହଣ୍ଡିର ପାଳଝା ଗ୍ରାମର ପ୍ରଶାନ୍ତ ଗୌଡ଼ ଓ ସହଯୋଗୀ ମାନେ ହତ୍ୟା କରିଥିଲେ । ରାଜନୈତିକ କାରଣ ଯୋଗୁଁ ଡ଼ବଲ ମର୍ଡ଼ର ହୋଇଥିବା ନେଇ ଅଭିଯୋଗ କରିଥିଲେ ପରିବାର ଲୋକେ । । ଏହି ଘଟଣାରେ ପୋଲିସ ୮ଜଣଙ୍କୁ ଗିରଫ କରିଥିଲା। ୨୮ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଉପଯୁକ୍ତ ପ୍ରମାଣ ମିଳିଥିବାରୁ ଏଡିଜେ-୩ ରାୟ ପ୍ରକାଶ କରିଛନ୍ତି।
Comments are closed.