ଭୁବନେଶ୍ୱର: ଜୁଆ ଆଡ୍ଡା ଉପରେ ରାତି ଅଧିଆ ରେଡ୍ । ଅଚାନକ ମାଡ଼ି ବସିଲା ପୋଲିସ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ବାଳକାଟିରେ ଜୁଆ ଖେଳ ଚାଲିଥିବା ପୋଲିସକୁ ଖବର ମିଳିଥିଲା । ଏହାପରେ ଆରମ୍ଭ ହୋଇଥିଲା ଚଢ଼ାଉ । ୧୧ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଜବତ ହୋଇଛି ନଗଦ ୨ଲକ୍ଷ ୯୮ ହଜାର ଟଙ୍କା ।

ଗତକାଲି ବିଳମ୍ବିତ ରାତିରେ ବାଳକାଟିରେ ଥିବା ଅନନ୍ୟା ମଣ୍ଡପରେ ଜୁଆ ଖେଳ ଚାଲିଥିଲା । ସୂଚନା ପାଇବା ପରେ ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ଵାଇଁଙ୍କ ନେତୃତ୍ଵରେ ଏକ ଟିମ୍ ଚଢ଼ାଉ କରିଥିଲେ । ୧୧ଜୁଆଡିଙ୍କ ନିକଟରୁ ନଗଦ ୨ ଲକ୍ଷ ୯୮ ହଜାର ଟଙ୍କା, ୫ ମୁଠା ତାସ୍ , ୩ଟି ବାଇକ୍ ଓ ଗୋଟିଏ ଅଟୋ ଜବତ ହୋଇଛି । ଅଧିକ ଖୋଳତାଡ ଜାରି ରହିଛି ।
BREAKING NEWS
- ଅଷ୍ଟ୍ରେଲିଆରେ ଠେକୁଆଙ୍କ ଉପଦ୍ରବ: ସୁରକ୍ଷା ପାଇଁ ଓହ୍ଲାଇଲେ ତାଲିମପ୍ରାପ୍ତ କୁକୁର
- NCPI MPs To Join BJP:ବିଜେପିରେ ଯୋଗଦେବେ ୧୭ ଜଣ ବିଦ୍ରୋହୀ ଟିଏମସି ସାଂସଦ !
- ଏସୀୟ ଚାମ୍ପିୟନ୍ସ ଟ୍ରଫି ହକି: ପାକିସ୍ତାନ ଦଳ ଆସିବ ଭାରତ
- ଦିଶା ସାଲିଅନ ମୃତ୍ୟୁ ମାମଲା; CBI ଏତଲାରେ ଉଦ୍ଧବ ଓ ଆଦିତ୍ୟ ଠାକ୍ରେ
- ମାନସ ନାୟକଙ୍କୁ ‘ଡ. ବଂଶୀଧର ପଣ୍ଡା ଗୋଲ୍ଡ ମେଡାଲ୍’ ୨୦୨୬ ପ୍ରଦାନ
- ଧାରଣାସ୍ଥଳରେ ଗଣେଶ ପୂଜା; ଆନ୍ଦୋଳନରତ ଯୋଗାଣ ସହାୟକ ବିଘ୍ନବିନାଶକଙ୍କୁ ଗୁହାରି…
- MMDR ପ୍ରସଙ୍ଗ; ଅର୍ଥନୈତିକ ଅବରୋଧ କରିବ ବିଜେଡି, ଲୋକଙ୍କୁ ବିଭ୍ରାନ୍ତି କରୁଛି ବୋଲି କହିଲା ବିଜେପି
- ୟୁକ୍ରେନ ଯୁଦ୍ଧ: ବିଦେଶୀ ସୈନ୍ୟଙ୍କୁ ୧୬ ଲକ୍ଷ ଟଙ୍କାର ଅଫର୍ ଦେଲା ଋଷ
- ଆତ୍ମ ସମର୍ପଣ କଲେ ତରୁଣ ତେଜପାଲ
- ମୋହିତ ସୁରିଙ୍କ ସହିତ ହାତ ମିଳାଇଲେ ରାମ ଗୋପାଳ ବର୍ମା: ବଡ଼ ପରଦାରେ ଆସିବ ଫିଲ୍ମ ‘ଧୁରନ୍ଧର’ଠୁ ବଡ଼ ଆକ୍ସନ୍ ଫିଲ୍ମ

Comments are closed.