Latest Odisha News

BREAKING NEWS

ବାଲିଅନ୍ତା ହତ୍ୟାକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ବଡଭାଇ ଗିରଫ

ଭୁବନେଶ୍ୱର : ବାଲିଅନ୍ତା ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଭାଇ ସ୍ରଷ୍ଟା ରାଉତରାୟ ଓରଫ୍ ମାମୁନ ରବିବାର ଦିନ ଆତ୍ମସମର୍ପଣ କରିବା ପରେ ପୋଲିସ ତାକୁ ଗିରଫ କରିଛି।

ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ଅତଳାଗଡ଼ ନିକଟରେ ଶୁକ୍ରବାର ଦିନ କୌଣସି କାରଣବଶତଃ ସ୍ରଷ୍ଟା ନିଜ ସାନ ଭାଇ ପ୍ରୀତମକୁ ରାଉତରାୟକୁ ହତ୍ୟା କରିଥିଲେ ।

ଏହାର ଗୋଟିଏ ଦିନ ପରେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ହତ୍ୟାକାରୀ ବଡଭାଇ ସ୍ରଷ୍ଟାକୁ ଚିହ୍ନଟ କରିଥିଲା।

ଏହି ହତ୍ୟାକାଣ୍ଡ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ସବର ସାହି ଠାରୁ ପାଖାପାଖି ୨୦କିମି. ଦୂରରେ ଘଟିଥିବା ନେଇ ସୂଚନା ମିଳିଛି ।

Comments are closed.