ଭୁବନେଶ୍ଵର: ରାଜଧାନୀ ବାଲିପାଟଣା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ଗୁଳିମାଡ ହୋଇଥିଲା, ତେବେ ଏହି ଗୁଳିକାଣ୍ଡ ଘଟଣାରେ ନୂଆ ଟୁଇଷ୍ଟ ଆସିଛି । କୌଣସି ଦୁର୍ବୃତ୍ତ ବାଇକରେ ଆସି ନଥିଲେ କି ଗୁଳି ମାରି ନଥିଲେ । ନିଜେ ନିଜକୁ ଗୁଳି ମାରିବା ପରେ ଦୁର୍ବୃତ୍ତ ଗୁଳି ମାରିଥିବାର ନାଟକ କରିଥିଲେ ପୀଡ଼ିତ ଦୀପ୍ତି ରଞ୍ଜନ ମହାପାତ୍ର ।
ପୋଲିସ ସୂଚନା ଅନୁସାରେ, ୨୦୨୪ରେ ଏକ ଦୁଷ୍କର୍ମ ମାମଲାରେ ପୂର୍ବରୁ ଗିରଫ ହୋଇଥିଲେ ଆହତ ଦୀପ୍ତି । ସେ ଦୁଷ୍କର୍ମ ମାମଲାରେ ଜେଲ୍ ଯାଇ ଫେରିଥିଲେ । ତେବେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ପରିବାରକୁ ଫସାଇବା ପାଇଁ ଦୀପ୍ତି ଏଭଳି ଯୋଜନା ରଚିଥିଲା । ଏପଟେ ଆହତ ଦୀପ୍ତିଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଛି । ସ୍ୱାସ୍ଥ୍ୟବସ୍ଥା ସୁଧୁରିବା ପରେ ତାଙ୍କୁ ଗିରଫ କରାଯିବ । ବନ୍ଧୁକ ଯୋଗାଇଥିବା ତୃତୀୟ ବ୍ୟକ୍ତି ଅମରେଶ ପ୍ରଧାନ ଓରଫ ବାଙ୍ଗୁରୁ ଗିରଫ କରଯାଇଛି ।
ଖବରମୁତାବକ, ଗତକାଲି ବାଲିପାଟଣା ଥାନା ନିକଟରେ ଦୀପ୍ତିଙ୍କ ଉପରକୁ ଗୁଳି ମାଡ ହୋଇଥିଲା । ଗୁଳି ମାଡ ଘଟଣାରେ ଦୁଷ୍କର୍ମ ପୀଡିତାଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଦୀପ୍ତି । ପୋଲିସ ଅଭିଯୋଗ ଆଧାରରେ ତଦନ୍ତ କରିବା ପରେ ଗୁଳିକାଣ୍ଡ ଘଟଣାର ସତ
ସାମ୍ନାକୁ ଆସିଛି ।
Comments are closed.