Latest Odisha News

BREAKING NEWS

କେବଳ ଜଳକା ନଦୀରେ ବନ୍ୟା ସ୍ଥିତି

ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷାରେ ଫୁଲିଛି ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର । କେବଳ ଜଳକା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟ କୌଣସି ନଦୀରେ ବନ୍ୟା ଭୟ ନାହିଁ । ରାଜ୍ୟ ଦେଇ ପ୍ରବାହିତ ଅନ୍ୟ ନଦୀରେ ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ।

ପ୍ରବଳ ବର୍ଷା ଓ ସାମ୍ଭାବ୍ୟ ବନ୍ୟା ନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତ୍ରିମୟ ରଥ ଏହି ସୂଚନା ଦେଇଛନ୍ତି । ବର୍ଷା ଓ ପରବର୍ତ୍ତୀ ବନ୍ୟା ସ୍ଥିତି ଉପରେ ନଜର ରଖିଛି ଜଳସମ୍ପଦ ବିଭାଗ ।

ହୀରାକୁଦ ଜଳଭଣ୍ଡାର ୧୪ଟି ଗେଟ୍ ଖୋଲା ରହିଛି । ଖୁବଶୀଘ୍ର ଦୁଇଟି ଗେଟ୍ ବନ୍ଦ କରାଯିବ। ଗତ ୨୪ ଘଣ୍ଟାରେ ହୀରାକୁଦ ଉପରେ ମୁଣ୍ଡରେ ବର୍ଷା ହୋଇ ନାହିଁ। ଆଗକୁ ଆସୁଥିବା ଲଘୁଚାପ ଲାଗି ମଧ୍ୟ ବିଭାଗ ପ୍ରସ୍ତୁତ ରହିଛି ।

Leave A Reply

Your email address will not be published.