Latest Odisha News

BREAKING NEWS

ଥମୁନି ମଣିପୁର ହିଂସା: ଇମ୍ପାଲରେ ବିରୋଧ ପରେ ୫ ଦିନ ଇଣ୍ଟରନେଟ୍ ବନ୍ଦ ଓ ସ୍କୁଲ ଛୁଟି

ଇମ୍ଫାଲ : ଥମୁନି ମଣିପୁର ତାତି  । ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଅଶାନ୍ତ ହୋଇଉଠିଛି ମଣିପୁର  । ଦୁଇ ଜଣ ଶିକ୍ଷାର୍ଥୀଙ୍କ ମୃତଦେହର ଫଟୋ ଭାଇରାଲ ହେବା ପରେ ପୁଣି ପରିସ୍ଥିତି ସାଂଘାତିକ ହୋଇଛି ।  ଦୁଇ ଦିନ ତଳେ ସ୍ବାଭାବିକ ହୋଇଥିବା ଇଣ୍ଟରନେଟ୍ ସେବାକୁ ପୁଣି ଥରେ ବ୍ୟାନ୍ କରାଯାଇଛି  । ୫ ଦିନ ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି  । ଏହା ଅକ୍ଟୋବର ୧ ତାରିଖ ସନ୍ଧ୍ୟା ୭ଟା ୪୫ ପର୍ଯ୍ୟନ୍ତ ବଳବତ୍ତର ରହିବ  । ଏଥିସହିତ ରାଜ୍ୟର ସମସ୍ତ ବିଦ୍ୟାଳୟ ଗୁଡିକୁ ୩ ଦିନ  ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି ।

ସୂଚନା ମୂତାବକ ଗତ ଜୁଲାଇ ମାସରୁ ନିଖୋଜ ଥିବା ଦୁଇ ଜଣ ଛାତ୍ରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।  ଯାହାକୁ ନେଇ ଇମ୍ପାଲରେ ଥିବା  ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସ୍ଥିତି ନିୟନ୍ତ୍ରଣ ଲାଗି ପୋଲିସ ଲାଠିଚାର୍ଜ କରିଥିଲା । ଏଥିରେ ୪୫ ଛାତ୍ର ଆହତ ହୋଇଥିଲେ । ଯାହାର ଫଟୋ ଏବେ ଭାଇରାଲ ହୋଇଛି  । ଯାହାକୁ ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି ।

Comments are closed.