Latest Odisha News

BREAKING NEWS

ନୂଆବର୍ଷରୁ ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖା ମନା

ପୁରୀ: ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଜାନୁଆରୀ ୧ ତାରିଖରୁ ଏହି ନିୟମ ଲାଗୁ ହେବାକୁ ଯାଉଛି  । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ଛତିଶା ନିଯୋଗକୁ ଚିଠି ଲେଖିଛି । ବର୍ତ୍ତମାନ ଲୋକଙ୍କୁ ଏ ନେଇ ସଚେତନ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  । ପାନ , ଗୁଟଖା ଖାଇଲେ ଫାଇନ୍ ଦେବାକୁ ପଡିବ । ଏହି ନିୟମ ପୂର୍ବରୁ ରହିଛି  । କିନ୍ତୁ ଏହାକୁ କେହି ମାନୁନାହାନ୍ତି । ତେଣୁ ଏବେ ଜନସାଧାରଣଙ୍କୁ ଏ ନେଇ ସଚେତନ କରାଯିବ  । ଏବଂ ଜାନୁଆରୀ ୧ ତାରିଖରୁ ନିୟମ ଲାଗୁ କରାଯିବ  । କେବଳ ସାଧାରଣ ଲୋକ ନୁହଁନ୍ତି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କ ପାଇଁ ବି ଏହି ନିୟମ ରହିଛି ।

BjdElectrycity

ସେପଟେ ନୂଆବର୍ଷରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ‌ପାଇଁ ଡ୍ରେସ୍‌ କୋର୍ଡ ମଧ୍ୟ ଲାଗୁ ହେବାକୁ ଯାଉଛି । ଏହା କୌଣସି ଏକ ରଂଗ ଓ ଡିଜାଇନରେ ସୀମିତ ରହିବନି। ଭକ୍ତଙ୍କର ପୋଷାକରେ ଶାଳୀନତା ଆଣିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଇଛି। ଭକ୍ତଙ୍କ ପୋଷାକରେ ଶାଳୀନତା ନଥିଲେ ମନ୍ଦିର ପ୍ରବେଶ ମନା ରହିଛି। ଯାହାକି ଆସନ୍ତା ଜାନୁଆରି ପହିଲାରୁ ନିୟମ ଲାଗୁ ହେବ। ଏ ନେଇ ବର୍ତ୍ତମାନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ  ଭକ୍ତମାନଙ୍କୁ ସଚେତନ କରାଯାଉଛି । ପ୍ରାୟ ବର୍ଷେ ହେଲା ସେବାୟତଙ୍କ କ୍ଷେତ୍ରରେ ବି ଡ୍ରେସକୋଡ୍‌ ଲାଗୁ କରାଯାଇଥିଲା ।

Leave A Reply

Your email address will not be published.