Latest Odisha News

BREAKING NEWS

ପୁରୀ ଷ୍ଟେସନ କୋଚିଂ ଡିପୋରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ପୁରୀ: ପୁରୀ ରେଳ ଷ୍ଟେସନ କୋଚିଂ ଡିପୋରେ ଅଗ୍ନିକାଣ୍ଡ । ରିପେୟାର ଲାଇନରେ ଥିବା ଏକ କୋଚ୍ ରେ ଅଗ୍ନିକାଣ୍ଡ ଘଟିଛି । ମରାମତି ପାଇଁ ଷ୍ଟେସନରେ ରଖାଯାଇଥିଲା ଏସି କୋଚ୍ । ଇଲେକ୍ଟ୍ରିକାଲ ମେଣ୍ଟେନାନ୍ସ ପାଇଁ ଆଜି ଷ୍ଟେସନକୁ ଆସିଥିଲା କୋଚ୍ । ହୁତୁହୁତୁ ହୋଇ କୋଚଟି ଜଳୁଥିବା ବେଳେ ଅଗ୍ନିକାଣ୍ଡର କାରଣ ଏଯାବତ୍ ଜଣାପଡିନାହିଁ ।

BjdElectrycity

ସୂଚନା ଅନୁଯାୟୀ ପୁରୀ ରେଳ ଷ୍ଟେସନରେ ଟ୍ରେନର ଏସି ବଗି ମରାମତି ପାଇଁ ରହିଥିବା ବେଳେ ହଠାତ୍ ସେଥିରୁ ଧୂଆଁ ବାହାରୁଥିବାର ଦେଖିବାକୁ ପାଇଥିଲେ କର୍ମଚାରୀ । ପରେ ବଗି ଭୀତରେ ଓ କୋଚିଂ ଡିପୋରେ ନିଆଁ ଜଳୁଥିବାର ଦେଖି ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଏହାପରେ ତୁରନ୍ତ ସେଠାରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ନିଆଁ ଲାଗିବା ଦ୍ୱାରା ହଠାତ୍ ଷ୍ଟେସନ ଅଞ୍ଚଳ ଧୂଆଁ ମୟ ହୋଇଉଠିଥିଲା । ନିଆଁ ଲାଗିବାର ସଠିକ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନଥିବା ବେଳେ ବଗି ଇଲେକ୍ଟ୍ରି କାମ ଚାଲିଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି l ଏନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି l

 

Leave A Reply

Your email address will not be published.