Latest Odisha News

ବ୍ୟାନ୍ ହୋଇପାରେ ଏସିଡ୍ ବିକ୍ରି: ଅଭିଯାନ ଆରମ୍ଭ କଲେ ମଧ୍ୟପ୍ରଦେଶ ସରକାର

ଭୁବନେଶ୍ୱର: ପ୍ରଭାବ ପକାଇଲା ଫିଲ୍ମ ‘ଛପାକ୍‌’ । ବ୍ୟାନ୍ ହୋଇପାରେ ଏସିଡ୍ ବିକ୍ରି । ମଧ୍ୟପ୍ରଦେଶ ସରକାର ଏନେଇ ଅଭିଯାନ ଆରମ୍ଭ କରିଛନ୍ତି । ଏସିଡ୍ ଆକ୍ରମଣ ଉପରେ ତିଆରି ଫିଲ୍ମ ‘ଛପାକ୍‌’କୁ ଟ୍ୟାକ୍ସ ଫ୍ରି କରିବା ପରେ ଏବେ ମଧ୍ୟପ୍ରଦେଶ ସରକାର ଏସିଡ୍ ଖୋଲାଖୋଲି ବିକ୍ରି ବ୍ୟାନ୍ କରିବା ନେଇ ଚିନ୍ତା କରିଛନ୍ତି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଏହି ଅଭିଯାନ ଚଳାଇବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ଏସିଡ୍‌ର ଖୋଲାଖୋଲି ବିକ୍ରି ଉପରେ ବ୍ୟାନ୍ ଲାଗିବା ଆବଶ୍ୟକ । ଖୋଲାଖୋଲି ଏସିଡ୍ ବିକ୍ରି ନହେଲେ କାହା ଉପରେ ଏସିଡ୍ ଆକ୍ରମଣ ହୋଇପାରିବ ନାହିଁ । ଏଥିପାଇଁ ମଧ୍ୟପ୍ରଦେଶ ସରକାର ଏସିଡ୍ ବିକ୍ରି ବ୍ୟାନ୍ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ କୌଣସି ବି ମହିଳାଙ୍କ ଉପରେ ଏସିଡ୍ ଆକ୍ରମଣ ପରି ଘଟଣା, ବରଦାସ୍ତ କରାଯିବ ନାହିଁ ବୋଲି କମଲନାଥ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ଗଲା ଜାନୁଆରୀ ୧୦ରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ଛପାକ’ ରିଲିଜ ହୋଇଥିଲା । ଏହି ଫିଲ୍ମଟି ଜଣେ ଏସିଡ୍ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନ କାହାଣୀ ଉପରେ ଆଧାରିତ । ସେ କିଭଳି ସମାଜରେ ନିଜ ହକ ପାଇଁ ଲଢ଼େଇ ଜାରି ରଖିଛନ୍ତି ଏବଂ ଅନ୍ୟ ପୀଡିତାଙ୍କୁ କିପରି ନ୍ୟାୟ ମିଳିବ ତାହା ଫିଲ୍ମରେ ଦର୍ଶାଯାଇଛି ।

Leave A Reply

Your email address will not be published.