Latest Odisha News

BREAKING NEWS

ଭାରତରତ୍ନଠୁଁ ଉର୍ଦ୍ଧ୍ବରେ ମହାତ୍ମା ଗାନ୍ଧୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଭାରତର ସର୍ବଶ୍ରେଷ୍ଠ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବା ନିମନ୍ତେ ଦାଏର କରାଯାଇଥିବା ଯାଚିକାର ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି ।


ମହାତ୍ମାଗାନ୍ଧୀଙ୍କୁ ଭାରତ ରତ୍ନ ଦିଆଯିବାକୁ କେନ୍ଦ୍ର ସରକାର କୌଣସି ପ୍ରକାର ନିର୍ଦ୍ଦେଶ ନଦିଅନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ପ୍ରଧାନ ବିଚାରପତି ଏସ ଏ ବୋବଡ଼େ ଏହି ଯାଚିକାରେ ଶୁଣାଣି କରି କହିଛନ୍ତି ଯେ, “ମହାତ୍ମା ଗାନ୍ଧୀ ହେଉଛନ୍ତି ଜାତିର ପିତା। ତାଙ୍କୁ ସମ୍ମାନିତ କରିବା ଜରୁରୀ ଅଟେ। ମାତ୍ର ମହାତ୍ମା ଗାନ୍ଧୀ ଭାରତ ରତ୍ନ ସମ୍ମାନ ଠାରୁ ଯଥେଷ୍ଟ ଉର୍ଦ୍ଧ୍ବରେ । ଲୋକଙ୍କ ମନରେ ମହାତ୍ମା ଗାନ୍ଧୀଙ୍କ ପାଇଁ ଭାରତ ରତ୍ନ ସମ୍ମାନ ଠାରୁ ଅଧିକ ସମ୍ମାନ ରହିଛି। ସମ୍ମାନ ପାଇବା ପାଇଁ ଗାନ୍ଧୀଙ୍କୁ କୌଣସି ସ୍ୱତନ୍ତ୍ର ପ୍ରକାରର ପରିଚୟର ଆବଶ୍ୟକତା ନାହିଁ”।

Leave A Reply

Your email address will not be published.