Latest Odisha News

BREAKING NEWS

ଭାରତୀୟ ନୋଟରେ ରହୁ ଲକ୍ଷ୍ମୀଙ୍କ ଚିତ୍ର: ସୁବ୍ରମଣ୍ୟମ ସ୍ୱାମୀ

ଭୋପାଳ: ଭାରତୀୟ ନୋଟ୍‌ରେ ରହୁ ମାତା ଲକ୍ଷ୍ମୀଙ୍କ ଚିତ୍ର । ଏହାଦ୍ୱାରା ଅର୍ଥନୀତି ଓ ଟଙ୍କା ମୂଲ୍ୟରେ ସୁଧାର ଆସିବ । ଏଭଳି କିଛି ଅଦ୍ଭୁତ ପ୍ରସ୍ତାବ ଦେଇଛନ୍ତି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ । ମଧ୍ୟପ୍ରଦେଶରେ ଆୟୋଜିତ ଏକ ସଭାରେ ଯୋଗ ଦେଇ ସେ କହିଛନ୍ତି ଯେ, ଇଣ୍ଡୋନେସିଆ ମୁଦ୍ରାରେ ଗଣେଶଙ୍କ ଚିତ୍ର ରହିଛି ।

ଗଣେଶ ବିହଘ୍ନହର୍ତା । ଗଣେଶଙ୍କ ଚିତ୍ର ରହିବା ପରେ ଇଣ୍ଡୋନେସିଆର ଅର୍ଥନୀତିରେ ସୁଧାର ଆସିଛି । ଯଦି ଇଣ୍ଡୋନେସିଆ ପରି ଇସ୍‌ଲାମିକ ଦେଶର ମୁଦ୍ରାରେ ଗଣେଶଙ୍କ ଚିତ୍ର ରହିପାରୁଛି ତେବେ ଭାରତ ପରି ଏକ ହିନ୍ଦୁ ବହୁଳ ଦେଶର ନୋଟ୍‌ରେ ଲକ୍ଷ୍ମୀଙ୍କ ଚିତ୍ର ରହିପାରିବ ନାହିଁ କାହିଁକି ବୋଲି ସେ କହିଛନ୍ତି ।

ଇଣ୍ଡୋନେସିଆ ଏକ ଇସ୍‌ଲାମିକ ଦେଶ ହେଲେ ମଧ୍ୟ ସେମାନେ ନିଜର ପୁରୁଣା ହିନ୍ଦୁ ସଂସ୍କୃତିକୁ ଭୁଲି ନାହାନ୍ତି । ଏଥିପାଇଁ ତେବେ ଏସମ୍ପର୍କିତ ନିଷ୍ପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇପାରିବେ ବୋଲି ସୁବ୍ରମଣ୍ୟମ କହିଛନ୍ତି ।

ନାଗରିକତା ସଂଶୋଧନ ଆଇନ୍ ଉପରେ ସେ କହିଛନ୍ତି ଯେ, ପୂର୍ବରୁ ମହାତ୍ମା ଗାନ୍ଧି, କଂଗ୍ରେସ ଦଳ ଏପରିକି ଡ.ମନମୋହନ ସିଂ ମଧ୍ୟ ଏହାକୁ ସମର୍ଥନ କରିଥିଲେ । କିନ୍ତୁ ଏହି ଆଇନ ମାଧ୍ୟମରେ ପାକିସ୍ତାନ ମୁସଲିମମାନଙ୍କ ପ୍ରତି ଅନ୍ୟାୟ କରାଯାଇଛି ବୋଳି କହି କଂଗ୍ରେସ ଆନ୍ଦୋଳନ କରିବା ଦୁର୍ଭାଗ୍ୟଜନକ ବୋଳି ବିଜେପି ନେତା ସୁବ୍ରମଣ୍ୟମ କହିଛନ୍ତି ।

Leave A Reply

Your email address will not be published.