Latest Odisha News

BREAKING NEWS

ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକକୁ ନା; ପ୍ଲାଷ୍ଟିକ ଲାଗିଥିବା ଫୁଲତୋଡ଼ା ବି ମନା

ଭୁବନେଶ୍ୱର:`ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ଉପରେ ଲାଗିଲା କଟକଣା । ଏହି ସଂପର୍କରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ରାଜ୍ୟର ସମସ୍ତ ବିଭାଗୀୟ ସଚିବଙ୍କୁ ଏକ ଚିଠି ଜାରି କରି ନିର୍ଦ୍ଦେଶ ଦେଇଛନ୍ତି। ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ପାଇଁ ଓଡ଼ିଶା ସରକାର ସରକାରୀ ଅଫିସ୍‌ଗୁଡ଼ିକରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ଉପରେ କଡ଼ା କଟକଣା ଲଗାଇଛନ୍ତି ।

ସରକାରୀ ବୈଠକ ଓ ସଭା ସମିତିରେ ପ୍ଲାଷ୍ଟିକ ଲାଗିଥିବା ଫୁଲ ତୋଡ଼ା, ଉପହାର, ପ୍ଲାଷ୍ଟିକ ଖାଦ୍ୟ ପୁଡିଆ, ପ୍ଲେଟ୍ ଓ ପ୍ଲାଷ୍ଟିକ୍ କପ୍ ବ୍ୟବହାର ହେବନି। ଏମିତି କି ଥର୍ମୋକଲ୍ ପ୍ଲେଟ ଓ ବାଉଲ୍ ବି ବ୍ୟବହାର ହୋଇ ପାରିବ ନାହିଁ। ଏଥିସହ ପ୍ଲାଷ୍ଟିକ ଉପହାର, ପ୍ଲାଷ୍ଟିକ ଖାଦ୍ୟ ପୁଡିଆ, ପ୍ଲେଟ୍ ବ୍ୟବହାର ଉପରେ ବି କଟକଣା ଲାଗିଛି ।

ଆହୁରି ମଧ୍ୟ ସରକାରୀ ଅଫିସ୍‌ ରେ ପ୍ଲାଷ୍ଟିକ ବୋତଲ ବ୍ୟବହାର ବଦଳରେ କାଚ, ଷ୍ଟିଲ କିମ୍ବା ଅନ୍ୟ ପରିବେଶ ଅନୁକୂଳ ସାମଗ୍ରୀ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

 

Comments are closed.