Latest Odisha News

BREAKING NEWS

ଟିଟିଲାଗଡ଼ରେ ସର୍ବୋଚ୍ଚ ତାତି, ୨୪ ଓ ୨୫ରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଧୀରେ ଧୀରେ ଶୀତର ପ୍ରକୋପ କମୁଛି । ସେପଟେ ତାତି ବଢୁଛି । ଆଜି ପଶ୍ଚିମ ଓଡ଼ିଶା ସୋନପୁରରେ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ କରାଯାଇଛି । ଆଜି ସୋନପୁରରେ ୩୪ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଟିଟିଲାଗଡ଼ରେ ତାପମାତ୍ରା ୩୩.୪ ଡିଗ୍ରୀ, ଭୁବନେଶ୍ୱରରେ ୩୧.୬ ଡିଗ୍ରୀ ଓ କଯକଟରେ ୩୧.୮ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ କରାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ଆସନ୍ତା ୨୪ ତାରିଖରୁ ରାଜ୍ୟରେ ପୁଣି ଥରେ ବର୍ଷା ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୨୫ ରେ ଘଡଘଡି ସହ ବର୍ଷ ହୋଇପାରେ ବୋଲି ସୂଚନା ରହିଛି ।

୨୪ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଏବହ ମୟୁରଭଞ୍ଜ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ସ୍ୱଳ୍ପ ଧରଣ ବର୍ଷ ହେବ । ୨୫ ତାରିଖରେ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ି।।ରେ ମଧ୍ୟ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଏଚ ଆର ବିଶ୍ୱାସ ସୂଚନା ଦେଇଛନ୍ତି ।୨୫ ତାରିଖରେ ବିଜୁଳି ଓ ଘଡ଼ଘଡି ମାରିବାର ସମ୍ଭାବନା ରହିଛି। ସେଥିପାଇଁ ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Comments are closed, but trackbacks and pingbacks are open.