Latest Odisha News

BREAKING NEWS

ପର୍ଯ୍ୟଟକଙ୍କ ପାଇଁ କନ୍ଧମାଳ ମନା

ଫୁଲବାଣୀ: କୋଭିଡ କଟକଣା ମଧ୍ୟରେ ରାଜ୍ୟରେ ପର୍ଯ୍ୟଟନ ସ୍ଥଳୀ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ସତ୍ତ୍ୱେ କନ୍ଧମାଳରେ ପ୍ରବେଶ ନିମନ୍ତେ ପର୍ଯ୍ୟଟକଙ୍କ ପାଇଁ ଅନୁମତି ନାହିଁ।

ନଭେମ୍ବର ୩୦ ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାର ପର୍ଯ୍ୟଟନ ସ୍ଥଳ ଏବଂ ପିକନିକ୍ ସ୍ପଟ୍ ଗୁଡିକୁ ଲୋକମାନଙ୍କ ପାଇଁ ବନ୍ଧ ରଖିବା ନେଇ ଘୋଷଣା କରିଛି କନ୍ଧମାଳ ଜିଲ୍ଲା ପ୍ରଶାସନ।

କୋଭିଡ୧୯ ର ବିସ୍ତାରରେ ରୋକ ଲାଗାଇବା ନେଇ ଏପରି ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ପର୍ଯ୍ୟଟକଙ୍କ ପାଇଁ ରିସୋର୍ଟଗୁଡିକ ଖୋଲା ରହିବ ବୋଲି ସୂଚନା ମିଳିଛି।

ସ୍ଥାନୀୟ ତହସିଲଦାରଙ୍କୁ ଜିଲ୍ଲା ପ୍ରଶାସନ ଦ୍ୱାରା ନୋଡାଲ ଅଧିକାରୀ ଭାବରେ ଦାୟିତ୍ୱ ଦିଆଯାଇଛି। ସେମାନେ ପର୍ଯ୍ୟଟକଙ୍କ ଗତିବିଧି ଏବଂ ଭୋଜି, ପିକନିକ୍ ଉପରେ ନଜର ରଖିବା ସହ ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ଯେପରି ଲୋକ ମାନେ ଏକାଠି ନହୁଅନ୍ତି ସେନେଇ ତହସିଲଦାର ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଜାରି କରିଛି ଜିଲ୍ଲା ପ୍ରଶାସନ।

ନିୟମ ଉଲଂଘନ କାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.