Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି, ସନ୍ଧ୍ୟା ୫ଟାରୁ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ବନକଲାଗି ନୀତି । ଏଥିପାଇଁ ସାମୟିକ ବନ୍ଦ ରହିବ ଶ୍ରୀଜିଉଙ୍କର ଦର୍ଶନ । ସନ୍ଧ୍ୟା ୫ଟାରୁ ୮ଟା ଯାଏ ମହାପ୍ରଭୁଙ୍କର ଦର୍ଶନ ବନ୍ଦ ରହିବ । ଏହି ସମୟରେ ବନକପେଡ଼ି ଧରି ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବେ । ଗର୍ଭଗୃହରେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ।

ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ହୋଇଥିବା ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖ ସିଂହାର କରାଯିବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଭଳି ପାରମ୍ପରିକ ରଙ୍ଗରେ ବଡ଼ଠାକୁର ବଳଭଦ୍ର, କାଳିଆ ଠାକୁର, ଦେବୀ ସୁଭ୍ରଦା ଓ ଚକ୍ରରାଜ ସୁଦର୍ଶନ ଝଲସି ଉଠିବେ ।

ବନକଲାଗି ଶ୍ରୀଜିଉଙ୍କର ଏକ ଗୁପ୍ତ ସେବା । ପ୍ରାୟ ୩ ଘଣ୍ଟା ଧରି ଏହି ନୀତି ଗୋପନରେ ଚାଲିବ । ରାତି ୮ଟାରେ ବନକଲାଗି ନୀତି ଶେଷ ପରେ ସ୍ୱାଭାବିକ ହେବ ସର୍ବସାଧାରଣ ଦର୍ଶନ ।

Comments are closed, but trackbacks and pingbacks are open.