Latest Odisha News

ରୁଷରୁ ଗ୍ୟାସ୍ ଓ ତେଲ ଆମଦାନୀ ବ୍ୟାନ୍ କଲା ଆମେରିକା

ୱାଶିଂଟନ୍: ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରେ ବିଭିନ୍ନ ଦେଶ ରୁଷ୍ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଉଛନ୍ତି । ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ରୁଷରୁ ତୈଳ ଓ ଗ୍ୟାସ୍ ଆମଦାନୀ କରିବ ନାହିଁ ଆମେରିକା । ତୈଳ ଓ ଗ୍ୟାସ ଆମଦାନୀ ଉପରେ ବ୍ୟାନ୍ ଘୋଷଣା କରିଛନ୍ତି ବାଇଡେନ୍ । ସେ କହିଛନ୍ତି, ଏଭଳି ବ୍ୟାନ୍ ଘୋଷଣା ଦ୍ୱାରା ରୁଷର ଅର୍ଥ ବ୍ୟବସ୍ଥା ପ୍ରଭାବିତ ହେବ ।

ବାଇଡେନ୍ କହିଛନ୍ତି, ରୁଷ ଉପରେ ପ୍ରତିବନ୍ଧକ ଲଗାଇବା ଦ୍ୱାରା ଆମେରିକା ବି କ୍ଷତି ସହିବ । ବହୁ କମ୍ପାନୀ ରୁଷରେ କାମ କରିବା ବନ୍ଦ ବି କରିଦେଲେଣି । ଏଥିସହ ବାଇଡେନ୍ ଘୋଷଣା କରିଛନ୍ତି, ୟୁକ୍ରେନରୁ ବିସ୍ଥାପିତ ନାଗରିକଙ୍କର ଆମେରିକା ସହାୟତା କରିବ । ୟୁକ୍ରେନ୍ ଶରଣାର୍ଥୀଙ୍କ ଦାୟିତ୍ୱ ନେବ ଆମେରିକା ।

ସେହିପରି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ବି ରୁଷ୍ ଉପରେ ତୈଳ ପ୍ରତିବନ୍ଧକ ଲଗାଇଛନ୍ତି । ସେ କହିଛନ୍ତି, ଚଳିତବର୍ଷ ଶେଷ ସୁଦ୍ଧା ରୁଷରୁ ତୈଳ ଆମଦାନୀ ବନ୍ଦ କରିଦେବ ବ୍ରିଟେନ୍ । ଯୁଦ୍ଧ ପରେ ରୁଷ ଉପରେ ବିଭିନ୍ନ ଦେଶ କଟକଣାକୁ କଡ଼ାକଡ଼ି କରୁଛନ୍ତି । କିଛି ଦେଶ ରୁଷ ପାଇଁ ନିଜ ବାୟୁସୀମା ବନ୍ଦ ବି କରିଛନ୍ତି ।

Comments are closed, but trackbacks and pingbacks are open.