Latest Odisha News

BREAKING NEWS

‘ବନକଲାଗି’ ନୀତି ପାଇଁ ୪ଘଣ୍ଟା ଯାଏଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରରେ ବୁଧବାର ହେବାକୁ ଥିବା ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ନାହିଁ ।

ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଅପରାହ୍ନ ସାଢ଼େ ୪ଟାରୁ ରାତି ସାଢ଼େ ୮ଟା ପର‌୍ୟ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ।

ଏହି ସମୟ ମଧ୍ୟରେ ଭକ୍ତମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ମିଳିବ ନାହିଁ ଏବଂ ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଆହୁରି ମଧ୍ୟ ଦତ୍ତ ମହାପାତ୍ର ସେବକମାନେ ଏହି ନୀତି ସମ୍ପନ୍ନ କରିଥାନ୍ତି ।

Comments are closed.