Latest Odisha News

BREAKING NEWS

ଡାଇବେଟିସରେ ପୀଡିତ କି? ଉପଶମ ଲାଗି ଖାଆନ୍ତୁ ଏହିସବୁ ଫଳ…

ଭୁବନେଶ୍ୱର : ଯେଉଁମାନେ ମଧୁମେହ ତଥା ଡାଇବେଟିସ୍ ରୋଗରେ ପୀଡ଼ିତ , ଅନେକ ସମୟରେ ସେମାନେ ଫଳ ଖାଇବେ କି ନାହିଁ ସେନେଇ ଚିନ୍ତାରେ ପଡିଥାନ୍ତି । ଏକ୍ସପର୍ଟଙ୍କ ମତରେ ମଧୁମେହ ରୋଗୀମାନେ ମଧ୍ୟ ଫଳ ଖାଇପାରିବେ । ଏସବୁ ସତ୍ୱେ ଫଳକୁ ସୀମିତ ମାତ୍ରାରେ ସେବନ କରିଲେ ଶରୀର ଉପରେ କୌଣସି ହାନିକାରକ ପ୍ରଭାବ ପଡିନଥାଏ । ଜାଣନ୍ତୁ ମଧୁମେହ ରୋଗୀଙ୍କ ପାଇଁ କିଛି ଉପକାରୀ ଫଳ ସମ୍ପର୍କରେ…

ଜାମୁକୋଳି- ଜାମୁକୋଳି ମଧୁମେହ ରୋଗୀଙ୍କ ପାଇଁ ମହୌଷଧି ସଦୃଶ। ଗୋଟିଏ କପ୍ ଜାମୁକୋଳିରେ ମାତ୍ର ୭ ଗ୍ରାମ୍ ସୁଗାର ରହିଥାଏ। ଏଥିସହିତ ଏହାର ମଞ୍ଜିକୁ ବାଟିକି ସେବନ କଲେ ଏହା ଡାଇବେଟିସକୁ କଣ୍ଟ୍ରୋଲ ମଧ୍ୟ କରିଥାଏ ।

ଡାଳିମ୍ବ- ଡାଳିମ୍ବ ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ଏକ ଉପକାରୀ ଫଳ ସଦୃଶ୍ୟ । ଏହା ସେବନ ଦ୍ୱାରା ଶରୀରରେ ବ୍ଲଡ ସୁଗାରର ସ୍ତରକୁ ମଧ୍ୟ କମ୍ କରିବାରେ ସହାୟକ ହୋଇଥାଏ ।


ସେଓ- ସେଓ ହେଉଛି ଅନ୍ୟ ଏକ ଫଳ,ଯେଉଁଥିରେ ଆଣ୍ଟିଅକ୍ସିଡାଣ୍ଟ୍ ରହିଥାଏ । ଯାହା ଶରୀରରୁ କୋଲେଷ୍ଟ୍ରୋଲର ମାତ୍ରାକୁ କମ କରିଥାଏ । ଏଥିସହିତ ସେଓ ସେବନ ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ ।। ଏଣୁ ଏହାକୁ ଚୋବାଇ ଖାଇବା ଭଲ।

କମଳା- କମଳା ହେଉଛି ଏଭଳି ଏକ ଫଳ ଯେଉଁଥିରେ ମାତ୍ର ୧୨ ଗ୍ରାମ୍ ସୁଗାର୍ ଓ ୭ କ୍ୟାଲୋରି ଥାଏ। ଏହା ରକ୍ତଚାପ ନିୟନ୍ତ୍ରଣ ମଧ୍ୟ କରିଥାଏ ଏବଂ କମଳା ଖାଇବା ଫଳରେ ଶରୀରରେ ଭିଟାମିନ୍ ସି’ର ମାତ୍ରା ବଢିଥାଏ ।

ଅଙ୍ଗୁର – ମଧୁମେହ ରୋଗୀଙ୍କ ପାଇଁ ଆଉ ଏକ ଉପକାରୀ ଫଳ ହେଉଛି ଅଙ୍ଗୁର। ଅଙ୍ଗୁର ଶରୀରରେ ଗ୍ଲୁକୋଜର ସ୍ତରକୁ ନିୟନ୍ତ୍ରିତ କରିଥାଏ । ଆହୁରି ମଧ୍ୟ ଶରୀରରେ ମେଟାବୋଲିକ୍ ସିଣ୍ଡ୍ରେମକୁ କ୍ଷତି ହେବାରୁ ରକ୍ଷା କରିଥାଏ ।

Leave A Reply

Your email address will not be published.