ଭୁବନେଶ୍ବର: ବ୍ଲଡସୁଗାରକୁ ନିୟନ୍ତ୍ରିତ କରି ଜଣେ ସୁସ୍ଥ ଜୀବନ ଅତିବାହିତ କରି ପାରିବ । ବ୍ୟାୟାମ, ଫାଇବର ଆହାର ଏବଂ ଆଣ୍ଟିଅକ୍ସିଡାଣ୍ଟ ଖାଇବା ଦ୍ବାରା ରକ୍ତରେ ସୁଗାର ସ୍ତର ନିୟନ୍ତ୍ରଣ କରାଯାଇପାରିବ |ତେବେ ଆୟୁର୍ବେଦ ପଦ୍ଧତିରେ ମଧ୍ୟ ବ୍ଲଡସୁଗାର ଲେବଲ ଠିକ୍ କରାଯାଇ ପାରିବ ।
କଦଳୀ ମଧ୍ୟ ଏପରି ଏକ ଗଛ, ଯାହାର ଫଳ କେବଳ ଲାଭଦାୟକ ନୁହେଁ, ଏହାର ପତ୍ର, ଡାଳ ଏବଂ ଫୁଲ ମଧ୍ୟ ବହୁତ ସ୍ଵାସ୍ଥ୍ୟକର ଅଟେ| ରିସର୍ଚ୍ଚ ଅନୁଯାୟୀ, କଦଳୀ ଫୁଲରେ ଏପରି ତତ୍ତ୍ବ ମିଳିଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ |
୨୦୧୧ରେ କରାଯାଇଥିବା ରିସର୍ଟ୍ଟ ଅନୁଯାୟୀ, କଦଳୀ ଫୁଲ ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରେ ବୋଲି ଜଣାପଡିଛି। ମଧୁମେହରେ ପୀଡିତ ମୂଷାମାନଙ୍କ ଉପରେ ଏହି ରିସର୍ଟ୍ଟ କରାଯାଇଥିଲା, ଯାହାର ଓଜନ ବହୁତ ଅଧିକ ଥିଲା ଏବଂ ସେମାନଙ୍କ ରକ୍ତ ଏବଂ ପରିସ୍ରାରେ ସୁଗାର ପରିମାଣ ବହୁତ ଅଧିକ ଥିଲା |ଅଧ୍ୟୟନରୁ ଜଣାପଡିଲା ଯେ, କଦଳୀ ଭଣ୍ଡା ଖାଇବା ଦ୍ବାରା ଏହି ମୂଷାଙ୍କ ଶରୀରରେ ରକ୍ତରେ ଶର୍କରା ସ୍ତର ଯଥେଷ୍ଟ ହ୍ରାସ ପାଇଥିଲା। ସେହିଭଳି, ୨୦୧୩ ରେ କରାଯାଇଥିବା ଅନ୍ୟ ଏକ ରିସର୍ଟ୍ଟରେ ମଧ୍ୟ ସମାନ ରେଜଲ୍ଟ ମିଳିଥିଲା, ଏହି ରିସର୍ଟ୍ଟ ନ୍ୟାସନାଲ ସେଣ୍ଟର ଫର ବାୟୋଟେକ୍ନୋଲୋଜି ଦ୍ୱାରା କରାଯାଇଥିଲା |ଏହି ଅଧ୍ୟୟନ ଅନୁଯାୟୀ, କଦଳୀଭଣ୍ଡାର ସେବନ ଦ୍ବାରା ମଧୁମେହ ରୋଗୀଙ୍କ ଶରୀରରେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ପ୍ରୋଟିନ୍ ଉତ୍ପାଦନ ହ୍ରାସ ପାଇଥାଏ । ଏହି ପ୍ରୋଟିନ ସୁଗାରକୁ ବଢାଇଥାଏ ।
କଦଳୀଭଣ୍ଡା ର ଲାଭ
-କଦଳୀ ଭଣ୍ଡା ଖାଇଲେ ଶରୀରକୁ ଆଇରନ ମିଳିଥାଏ |ଏଥିସହ ଶରୀରରେ ହେମୋଗ୍ଲୋବିନ୍ ମଧ୍ୟ ବଢିଥାଏ ।
-କଦଳୀ ଭଣ୍ଡାରୁ ପ୍ରସ୍ତୁତ ବ୍ୟଞ୍ଜନ ଖାଇବା ଦ୍ୱାରା ଆପଣ ଚାପ ଏବଂ ଚିନ୍ତାରୁ ମଧ୍ୟ ମୁକ୍ତି ପାଇପାରିବେ କାରଣ ଏଥିରେ ମ୍ୟାଗ୍ନେସିୟମ୍ । ଯାହା ଶରୀର ପାଇଁ ଆଣ୍ଟି-ଡିପ୍ରେସାଣ୍ଟ ଭାବରେ କାମ କରିଥାଏ |
– ଏହି କଦଳୀ ଭଣ୍ଡାର ବ୍ୟବହାର ପେଟ ପାଇଁ ଲାଭଦାୟକ, କାରଣ ଏହା ସହଜରେ ହଜମ ହୋଇଯାଏ ।
-ହୃଦୟ ରୋଗକୁ ରୋକିବାରେ କଦଳୀ ଭଣ୍ଡା ମଧ୍ୟ ଉପକାରୀ ଏବଂ ଏହା କୋଲେଷ୍ଟ୍ରଲ୍ର ପରିମାଣକୁ ମଧ୍ୟ କମ୍ କରିଥାଏ |